ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଓ ଦୁଇଜଣ ଗୁରୁତର ଆହତ । ଗଞ୍ଜାମ:କାର୍ତ୍ତିକ ପୂର୍ଣ୍ଣିମାର ସୁର୍ଯ୍ୟଦୋୟ ଓ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଗୋପାଳପୁର ଆସୁଥିବା ଦିଗପହଣ୍ଡି ଅଞ୍ଚଳର ଦୁଇ ଛାତ୍ର ପ୍ରଦ୍ୟୁମ୍ନ ସାବତ ଓ ସନ୍ତୋଷ ପାଢ଼ୀ ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ତ୍ତବ୍ୟରତ ଗୃହରକ୍ଷୀ ଶାନ୍ତନୁ ପାଢ଼ୀ ଙ୍କ ମୋଟରସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଗାଡ଼ି ଚଳାଉଥିବା ପ୍ରଦ୍ୟୁମ୍ନ ଛିଞ୍ଚାଡି ହୋଇ ରାସ୍ତାର କିଛି ଦୂରରେ ପଡି ଯାଇଥିଲା ଓ ତା’ର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ଅବସ୍ଥାରେ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆହତ ସନ୍ତୋଷ ର ହାତ ଭାଙ୍ଗି ଯାଇଛି ଓ ଗୃହରକ୍ଷୀ ଶାନ୍ତନୁ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୋଟରସାଇକେଲ କୁ ଜବତ ନିକଟରେ ସଂଯୋଗ ହୋଇଥିବା ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇଛନ୍ତି।
Related Posts

ମୋହନା ଅଞ୍ଚଳର ମହିଳା ଆଭାସି ମାଧ୍ୟମରେ ଦେଖିଲେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ ।
ମୋହନା ଅଞ୍ଚଳର ମହିଳା ଆଭାସି ମାଧ୍ୟମରେ ଦେଖିଲେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ । ଆର,ଉଦୟଗିରି(ମନୋଜ କୁମାର ପାଢୀ) -ଗଜପତି ଜିଲ୍ଲା ମୋହନା ବ୍ଲକ ହାଇସ୍କୁଲ୍ ଖେଳ…

କଲ୍ୟାଣ ବିଭାଗ ଛାତ୍ରlବାସରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା
କଲ୍ୟାଣ ବିଭାଗ ଛାତ୍ରlବାସରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା, ରାୟଗଡ଼:ପରିବାର ଆଣିଲେ ହତ୍ୟା ଅଭିଯୋଗ, ଘଟଣା ସ୍ଥଳରେ ଚାପl ଉତ୍ତେଜନା,ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ…

ମୋହନା ମହୋତ୍ସବ ଉଦଯାପନୀ ଉତ୍ସବ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ ।
ମୋହନା ମହୋତ୍ସବ ଉଦଯାପନୀ ଉତ୍ସବ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୩/୧୨/୨୦୨୪ ଗଜପତି ଜିଲ୍ଲା ମୋହନା ରେ ମୋହନା…