ମହାନଦୀ ମାଇନ୍ସ ମିନୋରାଲ ଯୁଵାଖୋଲ ଗ୍ରାମରେ ଖଣି ଖନନ ପାଇଁ ଜମି ଅକ୍ତିଆର କରି ନେଇଛି।ଜୈବ ବିବିଧତା ଭରପୁର ଏହି ଅଞ୍ଚଳ। ମାଟି ପାହାଡ଼ରେ ଭରି ରହିଛି ପ୍ରକୃତିର ଅତି ମୂଲ୍ୟବାନ ସମ୍ପଦ ବିଶ୍ବାସ ଓ ଭାବ ଵେଗରେ ବନ୍ଧା ଏ ଅଞ୍ଚଳର ସଂସ୍କୃତି । ୧୬ଶହ ଏକଡ ପାହାଡ଼ ଚାରିପଟେ ଘେରି ରହିଛି ବ୍ରାହ୍ମଣି ,ଲାବେନ,ଉଚୁ୍କୁ,ବାରପୁଟା , କି ମନୋରମ ଦୃଶ୍ୟ ମହୁଲ,ଵିଜା, ଗମ୍ଭେର, ପିପଲ ବରଗଛ ଆନେକ ପ୍ରଜାତିର ଗଛ ଓ ବନ୍ୟ ଜନ୍ତୁ ରହି ଛି ଗାଁ ରେ ମହୁଲ ଫୁଲ ସଂଗ୍ରାହ କରି ଚାଷ ଵାସ କରି ଚଲି ଆସୁଛନ୍ତି।ଗାଁ ଲୋକ ମନରେ ଛନକା ପଶିଯାଇଛି। ଏହା ସତ୍ତ୍ୱେ ଉକ୍ତ ଅଞ୍ଚଳକୁ ଘରୋଇ କମ୍ପାନୀ ହାତରେ ଟେକି ଦେଵାକୁ ସରକାର ଉଦ୍ୟମକୁ ବିରୋଧ ଵହୁ ପୁରୁଣା ବକ୍ସ ସାଇଟ୍ ଖନନ ପାଇଁ ମହାନଦୀ ମାଇନ୍ସ ଏଣ୍ଡ ମିନୋରାଲସ ପ୍ରାଇଭେଟ୍ ଲିମିଟେଡ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମରେ ୨୩ ଏକର ୧୮ଡିସିମିଲ ଜମି କିଣିଛି। ଏ ଖବର ମିଳିବା ପରେ ଆନ୍ଦୋଳନକୁ ଖୋରାକ ମିଲିଛି। ଡେପୁଟି ଜେନେରାଲ ମେନେଜର ଦିଲ୍ଲୀପ କୁମାର ସେବକ ପି: ହରିବଂଶ ସେବକ ଜା:ଗୋଲା ଵ:ନି- ଗୁପଲାପଡା ପୋଷ୍ଟ/ଥା- ଵିନକା ଜିଲ୍ଲା -ସୋନପୁର ଏଵେ ଯୁଵାଖୋଲ ପ୍ରଜା ଵୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ସମାଲୋଚନା ଚାଲିଛି। ଓଡ଼ିଶା ସରକାରଙ୍କ ଜମିଜମା ସଂକ୍ରାନ୍ତ ଭୂ-ଲେଖରେ ବରଗଡ଼ ଜିଲ୍ଲା ଗାଇସିଲେଟ ତହସିଲ ଅନ୍ତର୍ଗତ ଯୁଵାଖୋଲ ମୈଜା ଖତିଆନ କ୍ରମିକ ସଂଖ୍ୟା ୭୮/୧୧୬ ଓ ୧୭ ଟି ପ୍ଲଟ ୨୩ ଏକଡ଼ ୧୮ ଡିସିମିଲ ମହାନଦୀ ମାଇନ୍ସ ମିନୋରାଲ ନାଁ ରେଷ୍ଟି ହୋଇ ସାରିଛି ଏହାକୁ ନେଇ ଆନ୍ଦୋଳନରେ ରୂପ ନେବ ଗାଁ ଲୋକ ଚେତାବନୀ ଦେଇଛନ୍ତି
Related Posts
ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଚାଷୀ
ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଚାଷୀ ନୂଆପାଡ଼ ଜିଲ୍ଲା ଖଡ଼ିଆଳ ଠାରେ ଅଣ ଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ…
ଢେଙ୍କାନାଳରେ ବୋମାମାଡ଼
ଢେଙ୍କାନାଳରେ ବୋମାମାଡ଼ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଖମାର ସାହିରେ ଜଣେ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼ ହୋଇଛି।ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିବା…
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ପ୍ୟାରିସ୍ : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୧୦ ମିଟର ଏୟାର…