ଭୁବନେଶ୍ବର: ମହିଳାଙ୍କ ମାସିକଧର୍ମ (ଋତୁସ୍ରାବ) ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ପୂରଣ ଯାଏଁ ଛୁଟି ନେଇପାରିବେ। ଗୋଟିଏ ମାସରେ ଗୋଟିଏ ଦିନହିଁ ଛୁଟି ମିଳିପାରିବ। ଅଣ ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ବଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
Related Posts
ରାଜ୍ୟସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ
ରାଜ୍ୟସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍କୁଲ,…
CHSE Odisha Class 12th results announced
CHSE Odisha Class 12th results announcedOverall pass percentage in Arts stream: 80.95 %Commerce pass percentage: 82.27%Science pass percentage: 86.93%(CHSE chairman,…
ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ
ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ…