ମହୁଲପାଲି ଠାରେ ଓଁ ଶ୍ରୀ ଶ୍ରୀ ଭୋଗ ଡୁଙ୍ଗୁରି ବାବା କଂ ପୂଜା ଅନୁଷ୍ଠିତ ହୋଇଯାଇଛି।

ମହୁଲପାଲି ଠାରେ ଓଁ ଶ୍ରୀ ଶ୍ରୀ ଭୋଗ ଡୁଙ୍ଗୁରି ବାବା କଂ ପୂଜା ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ର ମହୁଲପାଲି ଠାରେ ଓଁ ଶ୍ରୀ ଶ୍ରୀ ଭୋଗ ଡୁଙ୍ଗୁରି ବାବା କଂ ପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମାଘମାସ ଚତୁର୍ଦ୍ଦଶୀ ଦିନ ଅନୁଷ୍ଠିତ ହୋଇଯାଇଛି। ବାବା କୁଂ ଏହି ଦିନ ପୂଜା କଲେ, ନିଜସ୍ବ ମନସ୍କାମନା ପୂର୍ଣ୍ଣ ବୋଲି ବିଶ୍ଵାସ ରହିଛି। ଆଜି ସମଗ୍ର ଅଂଚଳର ଶ୍ରଦ୍ଧାଳୁ ଓ ଜନସାଧାରଣ ଆସି ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ପୂଜାରୀ ଭାବେ ଡୋଲlମଣୀ ମହାର, କୃଷ୍ନ ଚନ୍ଦ୍ର ଧରାଇ, ନୀଳାମ୍ବର ମହାର, ଦୟାସାଗର ମହାର, ବେଣୁଧର ମହାର ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହୋଇଥାଏ, ମେଣ୍ଢା ଲଢେଇ, ଏହି ମେଣ୍ଢା ଲଢେଇ ଦେଖିବାକୁ ଶହଶହ ସଂଖ୍ୟାରେ ଜନସାଧାରଣ ଜମା ହୋଇଥିଲେ । ଏହି ଅବସରରେ ସଂକ୍ରିଡା ଓ ଭଗପାଲି ସଂକ୍ରିତନ ଅନୁଷ୍ଠିତ ହୋଇଯାଇଛି। ରାତ୍ରି ରେ ଶ୍ରୀ ଗଣେଶ ଅପେରା ଜଟଲା ର ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *