ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟଦିନ ବିଶ୍ୱ ହସ୍ତୀ ଦିବସ ଆର,ଉଦୟଘିରି( ମନୋଜ କୁମାର ପାଢୀ/ ତା -12/08/2024 ରିଖ ସୋମବାର ଦିନ ବିଶ୍ୱ ହସ୍ତୀ ଦିବସ ଉପଲକ୍ଷେ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଓ ରାମଗିରି ବନାଞ୍ଚଳ ଅଧିକାରୀଙ୍କ ମହେନ୍ଦ୍ରଗଡ଼ ସେକ୍ସନ ତରଫରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି |ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ବୃନ୍ଦ ବିଦ୍ୟାଳୟ ପରିସରରୁ ବାହାରି ସମଗ୍ର ମହେନ୍ଦ୍ରଗଡ଼ ଗାଁବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ |ଗ୍ରାମ ପରିକ୍ରମା ପରେ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଓ ବନପାଳ ଶ୍ରୀ ବିଭୀଷଣ ଭୂୟାଁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ |ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ବନରକ୍ଷୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଏହାକୁ ପରିଚାଳନା କରିଥିଲେ | ସାଧରଣ ଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣ ଛାତ୍ର ରମାକାନ୍ତ ନାୟକ ମିଥୁନ ବଡରଇତ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମହେନ୍ଦ୍ରଗଡ଼ର ଜଣେ ଛାତ୍ର ସଚିନ କୋଠଦଳାଇ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ତିନି ଜଣ ଛାତ୍ର ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ ହେବା ପାଇଁଆଜି ଯାଇଛନ୍ତି |ଶେଷରେ ଛାତ୍ର ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା |
Related Posts

ପିପିଲିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
ପିପିଲିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ପିପିଲି: ପୁରୀ ଜିଲ୍ଲା ପିପିଲିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି।ପୁରୀ ଅବକାରୀ ବିଭାଗର…

ନୂଆ ଜାତୀୟ ଶିକ୍ଷା ନୀତି ଅନୁଯାଇ ଜନକଲ୍ୟାଣ ଗୁରୁକୁଳ ଆଶ୍ରମ ରେ ପିଲାଙ୍କ ପାଠ ପଢ଼ା ନିମନ୍ତେ ଶିଶୁ ବଟିକା ଆରମ୍ବ ହେବ
ନୂଆ ଜାତୀୟ ଶିକ୍ଷା ନୀତି ଅନୁଯାଇ ଜନକଲ୍ୟାଣ ଗୁରୁକୁଳ ଆଶ୍ରମ ରେ ପିଲାଙ୍କ ପାଠ ପଢ଼ା ନିମନ୍ତେ ଶିଶୁ ବଟିକା ଆରମ୍ବ ହେବ ରାୟଗଡା : ରାୟଗଡା…

ପାରଳାଖେମୁଣ୍ଡି ରେ ଜମିବାରେ ଲାଗିଛି ତରଭୁଜ ବେପାର ।
ପାରଳାଖେମୁଣ୍ଡି ରେ ଜମିବାରେ ଲାଗିଛି ତରଭୁଜ ବେପାର । ଆର,ଉଦୟଗିରି ( ମନୋଜ କୁମାର ପାଢୀ : ତରଭୁଜ ଖାଇ ତୃଷାର୍ତ୍ତ ତୃଷା ନିବାରଣ କରୁଛନ୍ତି ।…