ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ଅନୁଷ୍ଠିତ ।

ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ଅନୁଷ୍ଠିତ ।

ଉଦୟଗିରି(ମନୋଜ କୁମାର ପାଢୀ): ଗଜପତିଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଜଣାଶୁଣା ଗ୍ରାମବିକାଶ ବିଦ୍ୟାଳୟ ତଥା ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଠାରେ ୩୨ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ ତିନି ଦିନ ହେବାକୁ ଥିବାବେଳେ, ଆଜିର ପ୍ରଥମ ଦିବସରେ ପତାକା ଉତ୍ତୋଳନ ଓ ମଶାଲ ସ୍ବାଗତ ସହ ଉଦଘାଟନ ଓ କ୍ରୀଡା ପ୍ରତିଯୋଗୀତା ହୋଇଥିଲା । ମୂଖ୍ୟଅତିଥୀ ଭାବେ ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଭଗବତ ପାଇକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଜେନା ପ୍ରମୁଖଙ୍କ ସହ ଅଞ୍ଚଳର ସରପଞ୍ଚ, ଜିଲ୍ଲାପରିଷଦ, ସମିତି ସଭ୍ୟଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅବିଭାବକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅତିଥୀବୃନ୍ଦ ଛାତ୍ର ଜୀବନରେ କ୍ରୀଡାର ଭୂମିକା ଓ ଉପକାରୀତା ଉପରେ ଆଲୋକପାତ କରିଥିଲେ । ଏହି ବିଦ୍ୟାଳୟର ବିକାଶ ଲାଗି ପ୍ରତିଷ୍ଠାତା ଗ୍ରାମବିକାଶ ତରଫରୁ ଯଥେଷ୍ଟ ସହାୟତା ମିଳୁଥିବା ସହ, ଆଗାମୀ ଦିନରେ ମଧ୍ୟ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କୁ କ୍ରୀଡା ଦିଗରେ ଆଗକୁ ବଢିବା ଲାଗି ସଂପୂଣ୍ଣ ସହଯୋଗ କରୁଥିବା ଜଣା ପଡିଛି । ତେବେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଜେନ୍ନା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରରେ ଦେଖିବାକୁ ଆଶା ରଖିଥିବା କହିଛନ୍ତି । ହେଲେ ଏ କାର୍ଯ୍ୟକ୍ରମ ଆଉ ଦୁଇଦିନ ହେବାକୁ ରହିଥିବା ବେଳେ ଶେଷ ଦିନରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବ୍ଲକ, ଜିଲ୍ଲା ଓ ରାଜ୍ୟଲାଗି ପ୍ରତିଯୋଗୀତା ପାଇଁ ବିଦ୍ୟାଳୟ ପ୍ରସ୍ତୁତି କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *