ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଂଚାୟତ ର ଅପାମରା କଲ୍ୟାଣ ମଣ୍ଡପ ଠାରେ ମଂଗଳବାର ଦିନ ୧୦ ଟା ସମୟରେ “ମାଁ ମାହେଶ୍ୱରୀ ସେନା” ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମାଁ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଶିବିରକୁ ଡୁମାଲ ପରିଷଦର ବରଗଡ ଜିଲ୍ଲା ସଭାପତି ଗଣେଶ ପ୍ରଧାନ, ଡୁମାଲ ପରିଷଦ ସଦସ୍ୟ ,ବକଟୀ କେନ୍ଦ୍ର ର ସଭାପତି ନିତ୍ୟାନନ୍ଦ ପ୍ରଧାନ, ରାଜ୍ୟ ଡୁମାଲ ପରିଷଦର ସଭ୍ୟ ସଚ୍ଚିଦାନନ୍ଦ ଛନ୍ଦ ଉଦଘାଟନ କରିଥିଲେ l ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା, ରକ୍ତଭଣ୍ଡାର ର ଡାକ୍ତର, ଟେକନିସିଏନ ଦେବାଶିଷ ମିଶ୍ର, ଲାଲୁ ବିଶ୍ବାଲ, କରୁଣାକର ସାହୁ ଓ ପ୍ରହଲ୍ଲାଦ ଭୋଇ ଙ୍କ ଦ୍ୱାରା ସଂଗୃହିତ ହୋଇଥିଲା। ଏହି ସମୟରେ ପ୍ରଥମ କରି ୧୪ଜଣ ରକ୍ତଦାନ କରିଥିଲେ l ଏହି ଶିବିରରେ ୬ଜଣ ମହିଳା ସମେତ ୩୭ଜଣ ପୁରୁଷ , ମୋଟ ୪୩ ଜଣ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରକୁ” ମାଁ ମାହେଶ୍ୱରୀ ସେନାର” ସମସ୍ତ ସଦସ୍ୟ,ସଦସ୍ୟା ଓ ଅପାମରା ମାହେଶ୍ୱରୀ ମନ୍ଦିରର ସେବାୟତ ଓ ସ୍ଵେଚ୍ଛାସେବୀ ମାନଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ l
Related Posts
ଚଇତା କମିଟି ବୈଠକ ଅନୁଷ୍ଠିତ
ଚଇତା କମିଟି ବୈଠକ ଅନୁଷ୍ଠିତ ରାୟଗଡ: ଲୋକମାହୋତ୍ସବ ଚଇତି -୨୦୨୪ପାଳନ ଅବସରରେ ମୁଖସାକ୍ଷୀ ଚଇତାଳି ପତ୍ରିକା ପ୍ରକାଶନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ସ୍ମରଣିକା ଉପସମିତିର…
Parab -2024. The Master Torch was ignited today at the Maa Maulima shrine in Dudhari.
Parab -2024. Koraput:The Master Torch was ignited today at the Maa Maulima shrine in Dudhari. With this, the one-month-long National…
କୋଲକାତା ନାଇଟ ରାଇଡର୍ସ (କେକେଆର) ବିନିଛି ଚାମ୍ପିୟନଆଇପିଏଲର ୨୦୨୪ ସଂସ୍କରଣ.
ଶେଷ ହୋଇଛି ଆଇପିଏଲର ୨୦୨୪ ସଂସ୍କରଣ। ସମସ୍ତଙ୍କୁ ପଛରେ ପକାଇ କୋଲକାତା ନାଇଟ ରାଇଡର୍ସ (କେକେଆର) ବିନିଛି ଚାମ୍ପିୟନ। ଫାଇନାଲରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ…