ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଡିଆରଜି ଯବାନ ଏବଂ ନାମେଡ ଥାନା ପକ୍ଷରୁ ଚଢାଉ କରାଯାଇ ୨ ଜଣ ନକ୍ସଲକୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲ। ଏମାନେ ପୂର୍ବତନ ସରପଞ୍ଚ ସୁଖରାମ ଅବଲମକୁ ହତ୍ୟା କରିଥିବା ପୁଲିସ କହିଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ ଭୋସଲା ଏବଂ ଦୁରଧା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ସୂଚନା ମୁତାବକ ଦୁଇ ଜଣ ନକ୍ସଲ ଜଂଗଲରେ ବୁଲୁଛନ୍ତି। ତୁରନ୍ତ ଯବାନ ଘେରାବନ୍ଦୀ କରି ଦୁଇ ଜଣ ସଂଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନର ସଦସ୍ୟ ବୋଲି ସ୍ବୀକାର କରିଥିଲେ।(ସୋର୍ସ ସମ୍ବାଦ)
Related Posts
ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪ ସଚେତନତା ଅଭିଯାନ’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪ ସଚେତନତା ଅଭିଯାନ’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି(ମନୋଜ ପାଢୀ/୨୨/୧୧/୨୪ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…
ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ।
ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ। ମାଲକାନଗିରି ଜିଲ୍ଲା ରହିଥିବା ଏସଓଜି, ଡିଭିଏଫ ଯବାନଙ୍କ ସହ ଆଲୋଚନା ପରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ…
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥ।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥ ଭୁବନେଶ୍ୱର: (Abhishek Mohanty)ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱର ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ କରାଯାଇଛି…