ମା ଗୃହକୁ ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ଆର,ଉଦୟଗିରି – ୨/୯/୨୪ ଆଜି ଗଜପତି ଜିଲ୍ଲାର ମୋହନାଠାରେ “ପିସ” ଅନୁଷ୍ଠାନ ଦ୍ୱାରା ପରିଚାଳିତ “ମା ଗୃହ “ର ANM ଓ LHA କର୍ମଚାରୀ ମାନେ, ମୋହନା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଦେଖାକରି “ମା ଗୃହ”ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ | “ମା ଗୃହ”ଟି ମୋହନାର ମୁଖ୍ୟରାସ୍ତା ସହ ଏକ ଅସ୍ଥାୟୀ ମାଟିରାସ୍ତା ଦ୍ୱାରା ସଂଯୋଗ ହୋଇଥିବାଯୋଗୁଁ ବର୍ଷାଦିନେ ଗର୍ଭବତୀ ମାଆମାନଙ୍କୁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର , ମୋହନାକୁ ନେବାପାଇଁ ଆମ୍ବୁଲାନ୍ସ ଯିବା ଅସୁବିଧା ହେଉଅଛି|ଏଣୁ ଏହି ନୁତନ “ମା ଗୃହ “କୁ ଏକ ପକ୍କା ରାସ୍ତା ଯୋଗାଇବା ପାଇଁ ଏକ ଲିଖିତ ଅନୁରୋଧପତ୍ର ପ୍ରଦାନ କରିଥିଲେ | ଗଜପତି ଜଲ୍ଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ ।
Related Posts

ସରକାରୀ ଶିକ୍ଷକଙ୍କୁ ଶିକ୍ଷାଧିକାରୀଙ୍କ ଚିଠି ହେଲ୍ମେଟ୍ ନାହିଁ ତ….. ଦରମା ନାହିଁ
ସରକାରୀ ଶିକ୍ଷକଙ୍କୁ ଶିକ୍ଷାଧିକାରୀଙ୍କ ଚିଠି ହେଲ୍ମେଟ୍ ନାହିଁ ତ….. ଦରମା ନାହିଁ ଆର,ଉଦୟଗିରି (ମନୋଜ କୁମାର ପାଢୀ/୨୯/୬/ ଗଜପତି ଜିଲ୍ଲାରେ ସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ଜଣେ…

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡ ଗସ୍ତକରି ସେଠାରେ ପର୍ଯ୍ୟଟନ ଭିତ୍ତିଭୂମିର ସମୀକ୍ଷା କରିଥିଲେ!
ମାଲକାନଗିରି : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡ ଗସ୍ତକରି ସେଠାରେ ପର୍ଯ୍ୟଟନ ଭିତ୍ତିଭୂମିର ସମୀକ୍ଷା କରିବା ସହ ଭବିଷ୍ୟତରେ କିପରି ଆହୁରି ସୁବିଧା…

ଖଇରା ବିଜୁ ଏକ୍ସପ୍ରେସ ୱେରେ ସଡ଼କ ଦୁର୍ଘଟଣା , ଟ୍ରକ ଡ୍ରାଇଭର ମୃତ ।
ଖଇରା ବିଜୁ ଏକ୍ସପ୍ରେସ ୱେରେ ସଡ଼କ ଦୁର୍ଘଟଣା , ଟ୍ରକ ଡ୍ରାଇଭର ମୃତ ।ନୂଆପଡା (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଇଁରା…