ମୁଖ୍ୟମନ୍ତ୍ରୀ ଙ୍କ ଦିନିକିଆ ରାୟଗଡା ଗସ୍ତ ନେଇ ଚଳଚଞ୍ଚଳ ବିଜେପି ଶିବିର ରାୟଗଡା : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ 18 ତାରିଖ ଶନିବାର ଦିନ ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ରେ ଆସୁଥିବା ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି l ସେ ପୁଣି କହିଛନ୍ତି ଯେ ଶନିବାର ଦିନ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୀତ୍ବ କୁ ରାୟଗଡା ଜ଼ିଲ୍ଲା ରୁ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି l ଏଥିରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ହିତାଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି l ଏନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଅଡିଟରୀୟମ ରେ ବ୍ୟାପକ ପ୍ରସ୍ତୁତି ସହିତ ସୁରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ତା ପୋଲିସ ପକ୍ଷରୁ ଆରମ୍ବ ହୋଇଛି l ସୂଚନା ଯୋଗ୍ୟଯେ ଏହି କାର୍ଯ୍ୟକ୍ରମ ଟି ଗତ 27/12/2024 ରାୟଗଡା ଠାରେ ଅନୁଷ୍ଠିତ ହେବାର ଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ରହିଥିଲା କିନ୍ତୁ ଗତ 26 ତାରିଖ ରାତ୍ରି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ ଙ୍କ ବୟୋଗ ଲାଗି ସାରା ଦେଶ ରେ 7 ଦିନ ବ୍ୟାପି ଶୋକ ପାଳନ କରାଯିବା ନିମନ୍ତେ ଭାରତ ସରକାର ଙ୍କ ଘୋଷଣା ପରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା l ଜ଼ିଲ୍ଲା ବିଜେପି ସଭାପତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜି ସି ଡି ପଡିଆ ଠାରେ ହେଲିକେପ୍ଟରୁ ଉଲ୍ଲାହି ସିଧା ବିଜୁ ପଟ୍ଟନାୟକ ଅଡିଟରୀୟମ କୁ ଯିବେ ସେହିଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ ର ସମାପ୍ତି ପୋରେ ରାୟଗଡା ପ୍ରଦକ୍ଷଣ ଗୃହ କୁ ଆସି କିଛି ସମୟ ବିଶ୍ରାମ କରିଲା ପରେ ଜନସାଧାରଣ ଙ୍କ ଠାରୁ ଅଭିଯୋଗ ଶୁଣିବା ସହିତ ଦଳୀୟ କର୍ମକର୍ତା ତଥା ସହର କେତେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କ ସହିତ ମୁଖ୍ୟମନ୍ତ୍ରୀ ମିଶି ଆଲୋଚନା କରିବେ ବୋଲି କହିଛନ୍ତି l ଶିବ ପଟ୍ଟନାୟକ ଗତ 30/12/2019 ରେ ରାୟଗଡା ଜ଼ିଲ୍ଲା ବିଜେପି ର ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ରାୟଗଡା ଜ଼ିଲ୍ଲା ରେ ବିଜେପି ଦଳ ର ସଂଗଠନ କୁ ମଜବୁତ କରିପାରିଛନ୍ତି l ଗତ ସାଧାରଣ ନିର୍ବାଚନ ରେ ରାୟଗଡା ଜ଼ିଲ୍ଲା ଟେ ତିନୋଟି ଗୋଟି ବିଧାୟକ ରର କଂଗ୍ରେସ ର ପ୍ରାର୍ଥୀ ବିଜୟ ହୋଇଛନ୍ତି କିନ୍ତୁ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ର ସରକାର ଗଠନ ପରେ ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଙ୍କୁ ଯୋଗ ଯୋଗ କରି କିପରି ଭାବେ ରାୟଗଡା ଜ଼ିଲ୍ଲା ର ଉନ୍ନତି ହେବ ଚେଷ୍ଟା କରି ରାୟଗଡା ଠାରେ ନୂତନ ରେଳ ମଣ୍ଡଳ, ଥେରୁବାଲି ଗୁଣୁପୁର ରେଳ ପଥ ର ନିର୍ମାଣ କାର୍ଯ୍ୟ ସହିତ ଯେସ୍କୋ ଅଧୀନରେ ଥିବା ଜମିକୁ କିପରି ସରକାର ଙ୍କୁ ଖାତା କୁ ଫେରିବ, ମା ମଝିଘରିଆଣି ଙ୍କୁ ମନ୍ଦିର ଉନ୍ନତି କରଣ କାର୍ଯ୍ୟ ରେ ସଫଳ ହୋଇପାରିଛନ୍ତି ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି l ରାୟଗଡା ଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଜ଼ିଲ୍ଲା ବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି ବୋଲି ଶିବ ପଟ୍ଟନାୟକ କହିଛନ୍ତି l ରାୟଗଡା ଠାରେ ଏକ ମେଡିକାଲ କଲେଜ ହେବ ବୋଲି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ଏହା କିପରି ଏହାର ଆଗକୁ ବଢିବ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରିବା ସହିତ ଏହାର ଭିତ୍ତିପ୍ରସ୍ଥର ସ୍ଥାପନା ନେଇ ଆଲୋଚନା କରିବି ବୋଲି କହିଛନ୍ତି l ଡବଲ ଇଂଜିନ ସରକାର ରାୟଗଡା ଜ଼ିଲ୍ଲା ର ଉନ୍ନତି ପାଇଁ ସଂକଳ୍ପ ବଧ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ମାସ ରେ ଦ୍ୱତୀୟ ଥର ପାଇଁ ରାୟଗଡା ଗସ୍ତ ରେ ଆସୁଛନ୍ତି ବୋଲି ଜ଼ିଲ୍ଲା ସଭାପତି କହିଛନ୍ତିl ରାୟଗଡା ରୁ ଅମୁଲ୍ୟ ନିଶଙ୍କ. ଙ୍କୁ ରିପୋର୍ଟ
Related Posts

ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ କାଜୁ ତୋଟାରେ ଗଛିତ ଥିବା ବିପୁଳ ଗଞ୍ଜେଇ ଜବତ ।
ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ କାଜୁ ତୋଟାରେ ଗଛିତ ଥିବା ବିପୁଳ ଗଞ୍ଜେଇ ଜବତ । ଆର,ଉଦୟଗିରି (ମନୋଜ କୁମାର ପାଢୀ/୧୮/୬):ଗଜପତି ଜିଲ୍ଲା ଅଡବା ଥାନା ବାଛିପଙ୍କା…

କାଜୁ ବାଡ଼ର ନିଆଁକୁ ଲିଭାଇବା ପାଇଁ ଯାଇ ଜଳିଗଲେ ବୃଦ୍ଧ
କାଜୁ ବାଡ଼ର ନିଆଁକୁ ଲିଭାଇବା ପାଇଁ ଯାଇ ଜଳିଗଲେ ବୃଦ୍ଧଆର,ଉଦୟଗିରି (ମନୋଜ କୁମାର ପାଢୀ/୬/୫/):ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ରାୟଗଡ଼ ତହସିଲର ବୋଲଡାଗୁମା ଗ୍ରାମରେ କାଜୁବାଡ଼ରେ…

ଟିକାବାଲି ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ…..
ଟିକାବାଲି ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ…..କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.…