ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଆସନ୍ତା ୮ତାରିଖରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ lରାୟଗଡ: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଚାଷୀମାନଙ୍କୁ ଧାନର ସହାୟତା ମୂଲ୍ୟ ସହିତ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବଣ୍ଟନ କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲାର ସହେଳାଠାରେ ଉଦଘାଟନ କରିବେ l ଏଥିସହିତ ଭିଡିଓ କନଫରେନସିଂ ମାଧ୍ୟମରେ ସିଧାପ୍ରସାରଣକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀମାନେ ଦେଖି ପାରିବେ l ଏଥି ନିମନ୍ତେ ରୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଏକ ପ୍ରସ୍ତୁତି ବୈଠକ ଗତ ତା ୪/୧୨/୨୪ରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ. ଜିଲ୍ଲାର ଚଷୀମାନେ ସିଧାସଳଖ ଦେଖି ପାରିବେ l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଲ୍ୟ ପଡ଼ିଆ ଠାରେ ଜିଲ୍ଲାର ଚାଷୀମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି l ଏହାଦ୍ୱାରା ଚାଷୀମାନେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ଟ.୨୩୦୦/-ସହିତ ଇନପୁଟ ସହାୟତା କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ପାଇବେ l ଯାହାଫଳରେ ଚାଷୀ ସର୍ବମୋଟ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ଟା. ୩୧୦୦/-ଟଙ୍କା ପାଇବେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ
ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ ରାୟଗଡା : ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଲୋକ କଳା ଓ ସଂସ୍କୃତିର ମହାପର୍ବ ଲୋକ…
ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଶ୍ରୀ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡି ଚରଣେ ଶରଣଂ ମାଁ ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି।
ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଶ୍ରୀ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡି ଚରଣେ ଶରଣଂ ମାଁ ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ମହାସମାରୋହରେ…
ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପାରଳାରେ ୧୦, ମୋହନାରେ ୭ ପ୍ରାର୍ଥୀ ରହିଲେ
ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପାରଳାରେ ୧୦, ମୋହନାରେ ୭ ପ୍ରାର୍ଥୀ ରହିଲେ ଗଜପତି (୧/୫/୨୦୨୪):ଗତକାଲି ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଗଜପତି ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ…