ମୁନିଗୁଡାରେ ଭିନ୍ନଭିନ୍ ଵାଇକ୍ ଦୁର୍ଘଟଣାରେ ୩ ମୃତ୪ ଗୁରୁତର ପୋଲିସିର ଉଦ୍ଧାର ପ୍ରଶଂସନୀୟ।

ମୁନିଗୁଡାରେ ଭିନ୍ନଭିନ୍ ଵାଇକ୍ ଦୁର୍ଘଟଣାରେ ୩ ମୃତ୪ ଗୁରୁତର ପୋଲିସିର ଉଦ୍ଧାର ପ୍ରଶଂସନୀୟ।…………………………………

ମୁନିଗୁଡା-3.3.025 ରାୟଗଡା ଜିଲ୍ଲା ମୁନିଗୁଡା ଭୈରବୀ ମନ୍ଦିର ଓ ଇଣ୍ଡିଆନ ଗ୍ୟାସ ନିକଟରେ ଦୁଇଟି ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକ ମୃତ୍ଵ୍ୟୁ ହୋଇଥିବା ଵେଳେ ୨ଜଣ ଗୁରୁତର ଅବସ୍ଥାରେ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରୁ ରାୟଗଡାକୁ ସ୍ଥାନାନ୍ତର କରା ଯାଇଛି।ମୁତ୍ଵ୍ୟୁ ଘଟିଥିବା ଯୁବକ ତ୍ରୟ ହେଲେ ରାହୁଲ,ରୀତିକି ଦୁର୍ଗା ଓ ସଦାନନ୍ଦ ମାଣ୍ଡିକା,ଗୁରୁତର ଆହାତ ବ୍ୟକ୍ତି ହେଲେ କ୍ଷୀରୋଦ ଦୁର୍ଗା,ପୁରୁଷୋତ୍ତମ ପ୍ରଟିକା ଏମାନଙ୍କ ଘର ଲିଟିଗୁଡା ଓ ରାମନାକୁପୁଲି ଵୋଲି ଶୁଣିବାକୁ ମିଳିଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଦୁଇଜଣ ସାଙ୍ଗ ଗୋଟିଏ ରେସିଂ ବାଇକରେ ଷ୍ଟମ୍ପ ପ୍ରାକ୍ଟିସ୍ କରୁଥିଲେ ।ମୁନିଗୁଡା – ହୁକୁମତୋଳା ମଝି ଇଣ୍ଡିଆନ ଗ୍ୟାସ ଷ୍ଟୋର ନିକଟ ପୂର୍ତ୍ତ ଵିଭାଗ ରାସ୍ତା ମଝିରେ ଷ୍ଟମ୍ପ ପ୍ରାକ୍ଟିସ୍ କରୁଥିବା ଵେଳେ ବିପରିତ ଦିଗରୁ ଆପାଚ ବାଇକରେ ୩ ଜଣ ମୁନିଗୁଡାରୁ ମାର୍କେଟିଂ କରି ଫେରୁଥିଲେ ,ଏହି ସମୟରେ ଭାରସାମ୍ୟ ହରାଇ ଷ୍ଟମ୍ପ ପ୍ରାକ୍ଟିସ୍ ବାଇକ୍ ଆପାଚ ବାଇକକୁ ପିଟିଥିଲା,ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ହୋଇଥିଲା।ଖବର ପାଇ ସଙ୍ଗେସଙ୍ଗେ ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଆହତ ଓ ମୃତ ଵ୍ୟକ୍ତିଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଆଉଜଣଙ୍କର ମୃତ୍ୟୁ ହୋଇଥିଲା।ଅପର ପକ୍ଷରେ ପ୍ରଥମେ ସନ୍ଧ୍ୟା ପ୍ରାୟ୬ ଘଟିକା ସମୟରେ ଭୈରବୀ ମନ୍ଦିର ନିକଟରେ ସ୍କୁଟି ସହ ଵୁଲେଟର ଧକ୍କା ଫଳରେ ଆହାତ ହୋଇଥିଲେ।ସେମାନେ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ!

Leave a Reply

Your email address will not be published. Required fields are marked *