*ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘର ସ୍ବର୍ଣ୍ଣ ଜୟନ୍ତୀ ଓ ଜାତୀୟ ସଭାପତି ଜଗନ୍ନାଥ୍ ସିନ୍ଦେ ଜି ଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍କଳ ଔଷଧ ବ୍ୟବସାୟୀ ସଂଘ ର ଆହ୍ଵାନ କ୍ରମେ ଗଂଜାମ ଫୁଲବାଣୀ ଔଷଧ ବ୍ୟବସାୟୀ ସଂଘ ତରଫରୁ ଶୁକ୍ରବାର ସକାଳ ୯ଟା ଠାରୁ ପ୍ରେମ ନଗର ମୁଖ୍ୟ ରାସ୍ତା ରୋଟାରୀ ହଲ ଠାରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି l ଉତ୍କଳ ଔଷଧ ବ୍ୟବସାୟୀ ସଂଘ ସଭାପତି ପି ସତ୍ୟନାରାୟଣଙ୍କ ପ୍ରତ୍ୟକ୍ଷ ତତ୍ଵIବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ଗଞ୍ଜାମ ଫୁଲବାଣୀ ଔଷଧ ବ୍ୟବସାୟୀ ସଂଘ ଉପଦେଷ୍ଟା ତଥା ଜାତୀୟ ଯୁଗ୍ମ ସମ୍ପାଦକ ଭି ଜଗନ୍ନାଥ ରାଓ ଓ ଜିପିସିଡିଏ ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡା ଶୁଭ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କର୍ମକର୍ତ୍ତା ପ୍ରଦୀପ ପଣ୍ଡା, ମନୁ ସେନାପତି, ବଲ୍ଲଭ ପାଣିଗ୍ରାହୀ, ଇପାରି କ୍ରିଷ୍ଣା ପ୍ରସାଦ ରାଓ, ସତ୍ୟକାମ ପାତ୍ର, ଭି ଚନ୍ଦ୍ରଶେଖର, ଜିତେନ୍, ସୁଜିତ୍ ଭୂୟାଁ, କେଦାରନାଥ ଜେନା, ସିମlଞ୍ଚଳ ପାଣିଗ୍ରାହୀ, ଅବନୀ ସାହୁ, ଆନନ୍ଦ ରାଓ, ଗିରିଶ ପ୍ରଧାନ, ଧର୍ମା ରାଓ, ଲକ୍ଷ୍ମୀ ପାତ୍ର, ନାଗେଶ୍ଵର ପୃଷ୍ଟିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l ବ୍ରହ୍ମପୁର ରକ୍ତ ଭଣ୍ଡାର ଡ଼ାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ l ଆଜି ଭାରତର ସମସ୍ତ ଔଷଧ ବ୍ୟବସାୟୀ ସଂଘ ଓ ଓଡ଼ିଶାର ସମସ୍ତ ଔଷଧ ବ୍ୟବସାୟୀ ସଂଘ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି I
Related Posts

ମିଡ଼ିଆ ଫୋରମ ଓ ପିପୁଲସ ଫୋରମ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା…
ମିଡ଼ିଆ ଫୋରମ ଓ ପିପୁଲସ ଫୋରମ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା… କନ୍ଧମାଳ -17/07(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ମିଡ଼ିଆ ଫୋରମ ଓ କନ୍ଧମାଳ ପିପୁଲସ ଫୋରମ…

ବିଷାକ୍ତ ଛୁତୁ ଖାଇ ଚାରି ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭତ୍ତି!
ବିଷାକ୍ତ ଛୁତୁ ଖାଇ ଚାରି ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭତ୍ତି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ଖପୁରୀପଟା ଗାଁରେ ଅଭାବନୀୟ ଘଟଣା ଘଟିଛି ।…

ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ଦାୟିତ୍ୱ ସରକାରୀ କର୍ମଚାରୀଙ୍କର- ମୁଖ୍ୟମନ୍ତ୍ରୀ
ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ଦାୟିତ୍ୱ ସରକାରୀ କର୍ମଚାରୀଙ୍କର- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…