ମୋହନା ଅଁଳାଗୁଡା ରେ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟିତ .. ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ଖଣି ପଞ୍ଚାୟତ ଅଁଳାଗୁଡା ଠାରେ ଆଜି ମିଶନଶକ୍ତି ବିଭାଗ ପକ୍ଷରୁ ଉଦଘାଟନ କରାଯାଇଛି। ରାସାୟନିକ ସାର ବଦଳରେ ଜୈବିକ ସାର ରେ କିଭଳି ଅଧିକ ରୁ ଅଧିକ ଲୋକେ ଚାଷ କରିବେ ତାହା ଆଲୋଚନା କରାଯାଇଥିଲା। ମିଶନଶକ୍ତି ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ରେ ମହାଲକ୍ଷ୍ମୀ ସୋୟମ ସହାୟକ ଦଳକୁ ଜୈବିକ ସାର ଓ ବିକ୍ରୟ କେନ୍ଦ୍ର ଦିଆ ଯାଇଥିବା ବେଳେ ଅଧିକ ମାତ୍ରା ରେ କିଭଳି ଉତ୍ପାଦନ ହୋଇ ବିକ୍ରୀ କରାଯିବ ଗୁରୁତ୍ଵ ଦିଆଯିବ ବୋଲି ମିଶନଶକ୍ତି ବିଭାଗ ର ବ୍ଲକ ସଂଯୋଜକ ସିବାନନ୍ଦ ସିଂ କହିଥିଲେ। ଜୈବିକ ସାର ଉତ୍ପାଦନ ଅଧିକ ମାତ୍ରା ରେ କରାଗଲେ ବ୍ଲକ ରେ ଅଧିକ ରୁ ଅଧିକ ମହିଳା ସ୍ବାବଲମ୍ବୀ ହୋଇପାରିବେ ଓ ରାସାୟନିକ ସାର ବଦଳରେ ଜୈବିକ ସାର ଚାଷ କାର୍ଯ୍ୟ ରେ ଲଗାଇଲେ ଶରୀର ପ୍ରତି କ୍ଷତି ହେବନାହିଁ।ଏହି କାର୍ଯ୍ୟକ୍ରମ ରେ ମୋହନା କୃଷି ଅଧିକାରୀ ଭବେନ୍ଦ୍ର ମୂର୍ମୁ ଓ ଜୀବିକା ମିଶନ ର କର୍ମଚାରୀ ରଜନୀକାନ୍ତ ପଣ୍ଡା ଯୋଗ ଦେଇଥିଲେ।
Related Posts

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ
ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଦୀର୍ଘ ଦିନ ଧରି ହାର୍ନିଆ…

ବ୍ଲକ ସ୍ତରୀୟ ସର୍ଗିଫୁଲ୨୦୨୪:ଆଦିବାସୀ ସଂସ୍କୃତି ଝଲକରେ ଦୁଲିକିଲା ମଣ୍ଡପ।
ବ୍ଲକ ସ୍ତରୀୟ ସର୍ଗିଫୁଲ୨୦୨୪:ଆଦିବାସୀ ସଂସ୍କୃତି ଝଲକରେ ଦୁଲିକିଲା ମଣ୍ଡପ। ମୁନିଗୁଡ଼ା:ତା୧୨-୧୧ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନୁସୂଚିତ ଜାତି ଜନଜାତି ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ…

ଜିଲ୍ଲାସ୍ତରୀୟ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୯ ତମ ଜନ୍ମ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ ।
ଜିଲ୍ଲାସ୍ତରୀୟ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୯ ତମ ଜନ୍ମ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ । ଗଜପତି – ହକି’ର ଯାଦୁକର ତଥା…