ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ । ଆର,ଉଦୟଗିରି 25/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟଳୟ ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକ ରେ ମେଡିକାଲ୍ ରେ ଲାଗି ରହିଥିବା ସମସ୍ୟା ଗାଁ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ମେଡିକାଲ୍ ରେ ରୋଗୀଙ୍କ ନିମନ୍ତେ ୩୦ ଶଯ୍ୟା ବେଡ ଥିଲେ ମଧ୍ୟ ଜାଗା ଅଭାବରୁ ବେଡ ପଡ଼ିପାରିନାହିଁ। ଏମିତି କି ମେଡିକାଲ୍ ରେ ରୋଗୀଙ୍କ ନିମନ୍ତେ ଭଲ ଶୌଚାଳୟ, ପାନୀୟଜଳ ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକ ରେ ମୋହନା ମେଡିକାଲ୍ ଅଧିକାରୀ ଡାକ୍ତର ଜୟ ପଣ୍ଡା,ଡାକ୍ତର ଅମୃତରାଜ ଜେନା , ଗୋପାଳ କୃଷ୍ଣ ସାହୁ, ଆୟୁଷ ଡ଼ାକ୍ତର ଅନୁପମା ପାଢ଼ୀ ପରିମଳ ଜେଇ ପଦ୍ମନାଭ ଖଣ୍ଡେଇ ଙ୍କ ସମ୍ୱନିତ ଶିଶୁ ବିକାଶ ର ସୂପରଭାଇଯର ଯୋଗ ଦେଇଥିଲେ।
Related Posts
ଝାରସୁଗୁଡ଼ାରେ ଗ୍ୟାସ୍ ଲିକ୍; ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ
ଝାରସୁଗୁଡ଼ାରେ ଗ୍ୟାସ୍ ଲିକ୍; ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଜଣେ…
ଆର,ଉଦୟଗିରି ବ୍ଲକରେ ସମ୍ପଣ୍ଣତା ଅଭିଯାନ
ଆର,ଉଦୟଗିରି ବ୍ଲକରେ ସମ୍ପଣ୍ଣତା ଅଭିଯାନ ଆର,ଉଦୟଗିରି- ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ ସମ୍ପୂଣ୍ଣତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଭାବେ…
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ!
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର: ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ…