ମୋହନା ବ୍ଲକରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ତାଲିମ ପ୍ରଦାନ ଆର,ଉଦୟଗିରି(ମନୋଜ କୁମାର/୩/୯/୨୪ ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ବୈଠକ ଗୃହରେ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଅଧିକାରୀ, ଯୋଗାଣ ଅଧିକାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ଅଙ୍ଗନୱାଡ଼ି ସୂପରଭାଇଜର,ଏମବିକେ, ସିଆରପି ମାନଙ୍କୁ ସୁଭଦ୍ରା ଯୋଜନା କିପରି ସୁବିଧାରେ ପ୍ରତି ଘରେ ମହିଳା ମାନଙ୍କ ନିକଟରେ ପହଞ୍ଚିବ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ପ୍ରଦାନ ସମୟରେ ତହସିଲଦାର ସତ୍ୟବାନ ନାୟକ, ଶିଶୁ ବିକାଶ ଅଧିକାରିଣୀ ସବିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ କର୍ମଚାରୀଙ୍କୁ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ବୁଝାଇଥିଲେ। ବିଭାଗର ସମସ୍ତ କର୍ମଚାରୀ ଘର କୁ ଘର ବୁଲି ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫର୍ମ ପୂରଣ କରି ବିଭାଗ ଠାରେ ସଠିକ୍ ଦାଖଲ କରିବା ନିମନ୍ତେ ଗୋଷ୍ଟି ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଯୋଜନା ରାଜ୍ୟ ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ଦ୍ଵାରା ଚଳିତ ବର୍ଷ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ବିବେଚିତ ହେଉଥିବା ମହିଳା ଉପକୃତ ହେବେ।
Related Posts
କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି!
କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାୟଗଡା ଜ଼ିଲ୍ଲାପାଳ ଙ୍କ ମାଣ୍ଡିଆ ଚାଷ ପାଇଁ ଉଲ୍ଲେଖନୀୟ ପଦକ୍ଷେପନିମନ୍ତେ ପୁରସ୍କୃତ
ରାୟଗଡା ଜ଼ିଲ୍ଲାପାଳ ଙ୍କ ମାଣ୍ଡିଆ ଚାଷ ପାଇଁ ଉଲ୍ଲେଖନୀୟ ପଦକ୍ଷେପନିମନ୍ତେ ପୁରସ୍କୃତ ରାୟଗଡା : ସରକାର ଙ୍କ ଶ୍ରୀଅନ୍ନ ଉତ୍ପାଦନ ଅଭିଯାନ ରେ ରାୟଗଡା ଜ଼ିଲ୍ଲା ବହୁତ…
ସର୍ବ ଭାରତୀୟ ସାଂସ୍କୃତିକ ମହୋତ୍ସବ ରେ ନୃତ୍ୟ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ସମ୍ମାନୀତ।
ସର୍ବ ଭାରତୀୟ ସାଂସ୍କୃତିକ ମହୋତ୍ସବ ରେ ନୃତ୍ୟ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ସମ୍ମାନୀତ। ଗଞ୍ଜାମ:ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ଓ ନରିଥୟଥି କଳାକ୍ଷେତ୍ରମ୍ ମିଳିତ ଆନୁକୁଲ୍ୟରେ…