ପଶ୍ଚିମ ଓଡିଶାର ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ତରଫରୁ ରକ୍ତଦାତା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ନ୍ୟୁ ଅଡିଟୋରିୟମ ହଲ୍ ଠାରେ ସମ୍ମାନିତ କରାଯାଇଥିଲା। ଏହାକୁ ସଂଯୋଜନା କରିଥିଲେ, ରକ୍ତଭଣ୍ଡାର ର କାଉନସିଲର ମଣ୍ଟୁ ପ୍ରଧାନ ।ଏହି ଅବସରରେ ମୁଖ୍ୟଅତିଥି ଭୀମସାର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଭାବଗ୍ରାହୀ ରଥ, ସମ୍ମାନିତ ଅତିଥି ଜିଲ୍ଲା ରେଡକ୍ରସ ସଂପାଦକ ଜୟ ଜର୍ଜ, ମେଡିକାଲ ପ୍ରଫେସର ଡଃ ଲାଲମୋହନ ନାୟକ, ଡାଃ ଚିତ୍ତ ରଞ୍ଜନ ପ୍ରସାଦ, ରକ୍ତ ଭଣ୍ଡାର ର ମୁଖ୍ୟ ଡାଃ ରାଧାମୋହନ ଘଡେଇ ପ୍ରମୁଖ ରକ୍ତଦାନ, ଅନ୍ୟାନ୍ୟ ସମାଜ ସେବା ଭଳି ମହତ କାର୍ଯ୍ୟ କରୁଥିବାରୁ ପ୍ରଶଂସା କରି ଉତ୍ସାହିତ କରିଥିଲେ ।ଏହି ଅବସରରେ ବରଗଡ଼ ଜିଲ୍ଲା ର ନିଷ୍ଠା ପରିବାର, ସଂକଳ୍ପ ପରିବାର, ଅମୃତ କୁଟୁମ୍ ଭେଡେନ, ଲାୟନ୍ସ କ୍ଲବ ଥୁଆପାଲି, ଶପଥ ପରିବାର ରେମଣ୍ଡା ଓ ବହୁ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପିଆରଓ ଦେବାଶିଷ ମିଶ୍ର ଓ ରକ୍ତ ଭଣ୍ଡାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
Related Posts

ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ
ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ ଭୁବନେଶ୍ଵର: ଚାଷୀ ହସିଲେ ଓଡ଼ିଶା ହସିବ । ତେଣୁ ଚାଷୀଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ…

ବାତ୍ୟା କୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ପୌର ସଂସ୍ଥା
ବାତ୍ୟା କୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ପୌର ସଂସ୍ଥା ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର…

ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍ଲା; ୧୦ ମୃତ,
ରିସି ଜିଲ୍ଲାର ପୋନି ଅଞ୍ଚଳରେ ଟାର୍ଗେଟ୍ କଲେ !୩୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍କୁ ଟାର୍ଗେଟ୍ କରି ଗୁଳିମାଡ଼.ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍ଲା; ୧୦ ମୃତ,!