ରବିଙ୍କ ବିଜେପି କୁ ଘର ବାହୁଡା଼ ପରେ ରାମନାଗୁଡ଼ା ରାଜନୀତି ରେ ହଲଚଲ
ରାୟଗଡା : ରାୟଗଡା ଜ଼ିଲ୍ଲା ର ରାମନାଗୁଡ଼ା ବ୍ଲକ ସବୁବେଳେ ବିଜେପି ନିମନ୍ତେ ପ୍ରତିକୂଳ ଅବସ୍ଥା ହୋଇଥିବା ର ଜଣାପଡେ l ଏହି ପରିପେକ୍ଷ ରେ ରାମନାଗୁଡ଼ା ବ୍ଲକ ର ବହୁ ଚର୍ଚ୍ଚିତ ଚେହେରା ବ୍ଲକ ଅଧକ୍ଷ ରବିଶଙ୍କର ଗୋମାଙ୍ଗ ଘର ବାହୁଡା଼ ହୋଇ ବିଜେପି କୁ ଫେରିଛନ୍ତି l ଏଠିପୁର୍ବ ରୁ ରବି ବିଜେପି ର ସଦସ୍ୟତା ଗ୍ରହଣ କରିଥିବା ବେଳେ ଗତ ଶୁକ୍ରବାର 28/02/2029ଦିନ ପାରିବହନ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଜେନା ରାୟଗଡା ରେ ଉପସ୍ଥିତ ରହି ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ବିଜେପି ଦଳ ରେ ସାମିଲ କରିଥିଲେ l ରବି ବିଜେପି ରେ ସାମିଲ ସମୟରେ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ରମ ଗୋପୀ ଆନନ୍ଦ, କୋରାପୁଟ ବିଜେପି ସାଂସଦ ପ୍ରାର୍ଥୀ କଳିରାମ ମାଝୀ, ପୂର୍ବତନ ବିଜେପି ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ରାମ ବେହେରା ଙ୍କ ସମତେ ବହୁ କର୍ମୀ ଉପସ୍ଥିତ ରହିଥିଲେ l ସୂଚନା ଯୋଗ୍ୟଯେ 2019 ମସିହା ରେ ସାଧାରଣ ନିର୍ବାଚନ ପୂର୍ବରୁ ରବି ପୋଲିସ ବିଭଗ ରୁ ଚାକିରୀ ରୁ ସ୍ବେଛାକୃତ ଭାବେ ଚାକରି ଛାଡି ବିଜେପି ରେ ଯୋଗ ଦେଇ ଗୁଣୁପୁର ବିଧାୟକ ପଦ ନିମନ୍ତେ ଆଶା ରଖି ନିଜର ରାଜନୀତି ଜୀବନ ଆରମ୍ଭ କରିଥିଲେ l କିନ୍ତୁ ବିଜେପି ଦଳ ଗୁଣୁପୁର ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗୋମାଙ୍ଗ ଙ୍କ ପୁଅ ଶିଶିର ଗୋମାଙ୍ଗ ଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ଠିଆ କରାଇଥିଲା l ଏଥିରେ ରବି ଅସନ୍ତୁଷ୍ଟ ହୋଇ ଦଳ ରୁ ଦୁରେଇ ରହିଥିଲେ ଗତ 2022 ପଞ୍ଚାୟତ ନିର୍ବାଚନ ରେ ଉକ୍କାମ୍ବା ପଂଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ କଂଗ୍ରେସ ର ସହଯୋଗ ରେ ବ୍ଲକ ର ଅଧକ୍ଷ ପଦ ହାସଲ କରିବାରେ ସମର୍ଥ ହୋଇଥିଲେ l ଗତ ସାଧାରଣ ନିର୍ବାଚନ 2024 ରେ ଗୁଣୁପୁର ବିଧାସଭା ନିର୍ବାଚନ ମଣ୍ଡଳୀ ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି 1560 ଖଣ୍ଡ ଭୋଟ ପାଉଥିଲେ l ପରବର୍ତ୍ତି ମୁହୂର୍ତ୍ତ ରେ କଂଗ୍ରେସ ଛାଡି ବହୁ ଦିନ ଧରି ସ୍ୱାଧୀନ ଭାବେ ରହି ବର୍ତମାନ ବିଜେପି କି ଫେରିଛନ୍ତି l ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରାମନାଗୁଡ଼ା ବ୍ଲକ ରୁ ବିଜେପି ର ଜ଼ିଲ୍ଲା ପରିଷଦ ସଭ୍ୟା ଭାବେ ମାଳତୀ ମୁଟିକା ନିର୍ବାଚିତ ହୋଇଥିଲେ ଏହା ପୋର ଠାରୁ ବହୁ ସମୟ ଧରି ବିଜେପି ଏହି ବ୍ଲକ ରୁ ଗୋଟିଏ ଆସନ ରୁ ବିଜୟ ହାସଲ କରୁଥିଲା କିଂତୁ ଗତ ନିର୍ବାଚନ ରେ ଭୁଲ. ବୁଝାମଣା ପାଇଁ ବିଜେପି କୁ ପରାଜୟ ର ମୁହ ଦେଖିବାକୁ ପଡିଥିଲା l ୟୁବ ଆଦିବାସୀ ନେତା ରବି ଙ୍କ ବିଜେପି କୁ ଘର ବାହୁଡା଼ ପରେ ବିଜେପି ପୁଣି ଥରେ ରାମନାଗୁଡ଼ା ବ୍ଲକ ରର ଭଲ ସଂଗଠନ କରିବ ବୋଲି ସ୍ଥାନୀୟ ବାସୀ ଆଲୋଚନା କରିଦେଲେଣି l ବିଜେପି ର କୌଣସି ସମିତି ସଭ୍ୟ କି ସଭ୍ୟା ନଥିବା ବେଳେ ବିଜେଡି ର 5 ଓ କଂଗ୍ରେସ 7 ସମର୍ଥିତ ସଭ୍ୟ ସଭ୍ୟା ଥିଲେ କିନ୍ତୁ ରବି ଙ୍କ ବିଚକ୍ଷଣ ବୁଦ୍ଧି ପାଇଁ ଅଂଚଳ ତ ବିକାଶ ପାଇଁ କଂଗ୍ରେସ ସହିତ ହାତ ମିଳେଇ ବ୍ଲକ ଅଧକ୍ଷ ପଦ ହାତେଇବା ରେ ସକ୍ଷମ ହୋଇପାରିଥିଲେ l ବ୍ଲକ ପଦବି ରବି ହାତେଇବା ପୋର ଠାରୁ ବିଜେଡି ର ବିଧାୟକ ମନ୍ତ୍ରୀ ସ୍ଥାନୀୟ କେତେକ ନେତା ରବି କୁ ନନା ପ୍ରକାର ତ ହଇରାଣ କରିବାର ଦେଖିବାକୁ ମିଳିଥିଲା ତଥାପି ରବି ସେସବୁକୁ ଖାତିରି ନା କରି ବ୍ଲକ ର ପ୍ରଗତି ପାଇଁ କାମ କରିଚାଲିଥିଲେ l ବିଜେପି ର ଦୃଢ଼ ସଂଗଠନ ପାଇଁ ବିଜେପି ର ନେତୃମଣ୍ଡଳୀ ରବି କି ବିଜେପି ରର ସାମିଲ କରିଥିବା ର ଆଲୋଚନା ଜୋର ଧରିଛି l ଏହି ପଟେ ବିଜେଡି ର କେତେକ କୁଜି ଓ ଠିକାଦାର ନେତା ବିଜେପି ମୁହାଁ ହେଉଥିବା ପାଇଁ ଚେଷ୍ଟା ଚଳାଇ ଛନ୍ତି l. ରବି ଙ୍କ ଦୃଢ ସଂଗଠନ ର ଦକ୍ଷତା ପାଇଁ ଆଗାମୀ ଦିନ ରର ବିଜେପି ଏକ ଭଲ ପରିସ୍ଥିତି କୁ ରାମନାଗୁଡ଼ା ବ୍ଲକ ଟେ କରିବା ସହିତ ଏହାର ପ୍ରଭାବ ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ପଡିବ ବୋଲି ଅଂଚଳ ବାସୀ ଓ ରାଜନୈତିକ ସମୀକ୍ଷକ ଆଲୋଚନା କରୁଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ