ରା,ଉଦୟଗିରି ରେ ମନମୋହନ ସିଂ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ ।
ଆର,ଉଦୟଗିରି :(ମନୋଜ କୁମାର ପାଢୀ) ସ୍ୱର୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ରେ ରା,ଉଦୟଗିରି କଂଗ୍ରେସ ପକ୍ଷରୁ ଆଜି ଶୋକ ସଭା ଅନୁଷ୍ଠିତ ହେଇ ଥିଲା। ର, ଉଦୟଗିରି ଶିବ ମନ୍ଦିର ନିକଟତମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶୋକ ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂ ଙ୍କ ଅମର ଆତ୍ମାଙ୍କୁ ସଦ ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ରା,ଉଦୟଗିରି କଂଗ୍ରେସ ଦଳର ବ୍ଲକ ସଭାପତି ଲକ୍ଷ୍ମୀ ପାଇକଙ୍କ ଅଧ୍ୟକ୍ଷତାରେ ଏହି ସଭା ଟି ଅନୁଷ୍ଠିତ ହେଇ ଥିଲା। କଂଗ୍ରେସ କର୍ମୀ ଓ ନେତା ମାନେ ଡକ୍ଟର ମହୋନ ମହୋନ ସିଂହଙ୍କ ଫୋଟ ଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ କରି ଶୋକ ସଭା ପ୍ରାରମ୍ଭ ହେଇ ଥିଲା। ସ୍ବର୍ଗତ ମନମୋହନ ସିଂ ପ୍ରଧାନ ମନ୍ତ୍ରୀ ଙ୍କ ସମୟ ରେ -ଖାଦ୍ୟ ନିରାପା ଆଇନ୍ ,ମ-ନରେଗା ର କାର୍ଯ୍ୟକାରୀ କରିବା , ପ୍ରତ୍ୟେକ ଗରୀବ ପରିବାର ସଦସ୍ୟଙ୍କୁ ୫ କେଜି ଚାଉଳ ଯୋଗାଇବା, ଦେଶରେ ଅର୍ଥ ନୈତିକତା ଅବସ୍ଥା କୁ ସୁଦ୍ରୁଡ କରିବା , ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ରେ ବିକାଶ ପାଈଁ ସ୍ୱର୍ଗତ ମନମୋହନ ସିଂ ଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତା ମାନେ ନିଜ ନିଜ ମତ ବକ୍ତବ୍ୟ ରଖି ଥିଲେ। ଆଜି ଏହି ଶୋକସଭା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନିର୍ଦେଶରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରତିନିଧି ଗୋପାଳ ଦଳେଇ, ସେକ୍ରେଟେରୀ ଯିରମିୟା ରଇତ, ମହେନ୍ଦ୍ରଗଡ ସମିତିସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ, ଶବରପଲ୍ଲୀ ସମିତିସଭ୍ୟ ମାଣିକ ରଇତ, ରା,ଉଦୟଗିରି ଝୁନୁ ବେହେରା,ତାରିଣୀ ଗୌଡ, ବିଜୟ ଲିମା, ମାଣିକ ପାଇକ, ଗୁରେଖ ପ୍ରଧାନ, କୋମଳ ରଇତ, କୁରା ବଡମୁଣ୍ଡି, ପାଣ୍ଡବ ବଡମୁଣ୍ଡି, ରାଜେନ୍ଦ୍ର ନାୟକ, ରଞ୍ଜୀତ କରାଡ, ଜୟରାମ ରଇତ, ଉଦୀପ୍ କରାଡ, ଫିଲିପ୍ ମାଲି, ଅଶୋକ ମଡିକିୟା, ଏଲିଅ ରଇତ, ନିଳ ନାୟକ ଓ ଜିରିମିୟ ମଣ୍ଡଳ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ। ଶେଷ ରେ ବରିଷ୍ଠ କଂଗ୍ରେସ ନେତା ମାଣିକ ପାଇକ ଧନ୍ୟବାଦ ଅର୍ପଣ କରିଥିଲେ।