*ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ଏକ ସାହାଯ୍ୟକାରୀ ହାତ ପକ୍ଷରୁ ଶହେ ଆଠ ତମ ସାମୁହିକ ଜନ୍ମଦିନ* ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ଏକ ସାହାଯ୍ୟକାରୀ ହାତ ପକ୍ଷରୁ ଶହେ ଆଠ ତମ ସାମୁହିକ ଜନ୍ମଦିନ ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ରାଉରକେଲା ର ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଅନୁଷ୍ଠାନ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ | ଅନୁଷ୍ଠାନ ପକ୍ଷରୁ ଜଗଦା ର ମାନବ ସେବା ପ୍ରତିଷ୍ଠାନ ର ପିଲାମାନଙ୍କ ସହ ସାମୁହିକ ଜନ୍ମଦିନ ପାଳନ ହୋଇଥିଲା ଯୋଉଥିରେ କି ରାଉରକେଲାର ସମାଜସେବୀ ଫକୀର ମୋହନ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଶିଶୁ ମାନଂକୁ କିଭଳି ଭବିଷ୍ୟତ ରେ ଭଲ ମଣିଷ ହେବେ ସେ ଉପରେ ଆଲୋକ ପାତ କରିଥିଲେ! ନାଚ ଗୀତ ଏବଂ ଭୋଜନ ସହ ପିଲାମାନେ ଜନ୍ମଦିନ ପାଳନ କରିଥିଲେ | ପିଲାମାନେ ଟ୍ରେନ ( Toy ) ରେ ବୁଲିବା ସହ Doll Museum ଓ Zoo ରେ ପଶୁ ପକ୍ଷୀ ଦେଖି ଆନନ୍ଦ ନେଇଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ଟ୍ରଷ୍ଟି ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ହୋଇଥିଲା| ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟି ଅର୍ଚନା ଦେବତା ପିଲାମାନଙ୍କ ସହ ଖେଳିବା ସହ ଆଶୀର୍ବାଦ ଦେଇଥିଲେ | ଅତିଥି ଭାବେ ଶିକ୍ଷାବିତ ଓ ସମାଜ ସେବକ ଷଷଧର ପଣ୍ଡା , ଶୁଭଖାଙ୍କି ଚୌଧୁରୀ ଏବଂ ସାଗର ମହାନ୍ତି ଯୋଗ ଦେଇଥିଲେଏବଂ ଆଗକୁ ମଧ୍ୟ୍ୟ ଏହି ଭଳି ସମାଜ ସେବା ଜାରି ରଖିବାକୁ ଅନୁଷ୍ଠାନକୁ ଅନୁରୋଧ କହିଥିଲେ |ଅନୁଷ୍ଠାନ ର ସାଧାରଣ ସମ୍ପାଦକ ପ୍ରଶାନ୍ତ ପାତ୍ର, ବରିଷ୍ଠ ସଦସ୍ୟା ମଞ୍ଜୁବାଳା ପାଢ଼ୀ ଏବଂ , ଅଜିତ ମୋହନ ପୂଜାରୀ, ଆଦିମାତା କଳ୍ପନା,ସବିତା ମଙ୍ଗରାଜ,ଅଭିଷିକ୍ତ ଦେବତା,ଏବଂ ଇ.ଚୈତନ,ପରୋକ୍ଷ ଭାବରେ ଏହି କାର୍ଯ୍ୟକ୍ରମ କୁ ସାହାଯ୍ୟ କରିଥିଲେ | ଟ୍ରଷ୍ଟି ରଶ୍ମିତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଗଳ୍ପ ମାଧ୍ୟମ ରେ ପିଲାମାନଙ୍କୁ ପ୍ରେରିତ କରିଥିଲେ | ମାନସି ଘୋଷ ତିଳକ ପର୍ବ କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ | ଅନୁଷ୍ଠାନ ର ସଦସ୍ୟ ହେମନ୍ତ ତଣ୍ଡିଆ,ଗୌରୀ କୁମ୍ଭାର, ଗୀତିକାର ତରୁଣ,ସୁମତି ନାୟକ,କୁମାର କୁମ୍ଭାର,ରଞ୍ଜନ ସାହୁ, ନି୍ବେଦିତା ହଳଧର,ଦେଭିକା ଘୋଷ, ଅ|ଦ୍ୟାଶା ପଣ୍ଡା, ଆରତୀ ମୁଣ୍ଡାରୀ ଓ ଦିବ୍ୟ ନାୟକ କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ !
Related Posts
ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି।
ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଟେରାମ୍-ଗୁଡୁମ୍ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଛି। ଆହତ…
୧୭ତମ ଓଡିଶା ବିଧାନସଭାର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ
୧୭ତମ ଓଡିଶା ବିଧାନସଭାର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ ଭୁବନେଶ୍ୱର: ଅଗଷ୍ଟ ୧୭ ଓ ୧୮ ତାରିଖରେ ୨ ଦିନ ଧରି ବିଧାନସଭା…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ* ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ* ମୁଖାଗ୍ନି ଦେଲେ ସାନ ପୁଅ ଟଙ୍କଧର ପୂଜାରୀ* ଜିଲ୍ଲାପାଳ,…