ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ହିତାଧିକାରୀଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ ନିଶ୍ଚିତ କରାଯାଇ ପାରିବ | ଆଜି ଭୁବନେଶ୍ୱର ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲରେ ଆୟୋଜିତ ଏକଦିବସୀୟ ରାଜ୍ୟସ୍ତରୀୟ ପୋଷ୍ୟ ଗ୍ରହଣ ନିୟମାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଅଛି | କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀଙ୍କ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ରାଜ୍ୟ ପୋଷ୍ୟ ଗ୍ରହଣ ସଂଯୋଜନା ସଂସ୍ଥା ଓ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆୟୋଜନ କରିଥିଲେ | ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅତିରିକ୍ତ ଜିଲ୍ଲାପାଳ, ୩୦ଗୋଟି ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ରାଜ୍ୟରେ ଥିବା ୩୩ଗୋଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ପ୍ରଦାନ ସଂସ୍ଥାର ପରିଚାଳକମାନେ ଯୋଗ ଦେଇଥିଲେ | ଉଦଘାଟନ ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ତଥା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିର୍ଦ୍ଦେଶକ ଶ୍ରୀମତୀ ମୋନିଷା ବାନାର୍ଜୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସମ୍ବିତ କୁମାର ନାୟକ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସମ୍ବିତ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ପୋଷ୍ୟ ଗ୍ରହଣ ଓ ପ୍ରଦାନ ର ପ୍ରକ୍ରିୟା କୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଦିଗକୁ ଧ୍ୟାନ ଦେବା ସହିତ ନିୟମାବଳୀର ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଥିଲେ | ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିର୍ଦ୍ଦେଶକ ଶ୍ରୀମତୀ ମନୀଷା ବାନାର୍ଜୀ ପୋଷ୍ୟ ଗ୍ରହଣ ସମ୍ପର୍କରେ ଅଧିକରୁ ଅଧିକ ଆଲୋଚନାରେ ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିବା ବେଳେ ସାମାନ୍ୟ ବୟସ୍କ ପରିତ୍ୟକ୍ତ ଓ ସମର୍ପିତ ଶିଶୁ ମାନଙ୍କର ପୋଷ୍ୟ ସଂଖ୍ୟା ବୃଦ୍ଧି ପାଇଁ ଧ୍ୟାନ ଆକର୍ଷଣ କରିଥିଲେ | ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରମୁଖ ସଚିବ ମହିଳା ଓ ଶିଶୁ ବିକାଶ ବିଭାଗ ଶ୍ରୀମତୀ ଶୁଭା ଶର୍ମା ନିଜର ବକ୍ତବ୍ୟରେ ପରିବାରଟିଏ ପାଇବା ପ୍ରତ୍ୟେକ ଶିଶୁର ଅଧିକାର ଓ ଏଥିପାଇଁ ସମସ୍ତେ ଉଦ୍ଦିଷ୍ଟ ସମୟ କୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ |ଏହାପରେ କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀର ସମ୍ବଳ କର୍ମୀ ଅନ୍ଵେଷା ମିଶ୍ର ଏବଂ ଶିବମ ତ୍ୟାଗୀ, ଡେଭଲପର CARINGS ପୋଷ୍ୟ ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ |ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ପ୍ରିତୀକାନ୍ତ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶେଷରେ ରାଜ୍ୟ ପୋଷ୍ୟ ଗ୍ରହଣ ସଂସ୍ଥା ର କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀମତୀ ସୁଜାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ |
Related Posts
ଉପାନ୍ତ ବାସି ଜାଣି ନାହାନ୍ତି କେବେ ନିର୍ବାଚନ।
ଉପାନ୍ତ ବାସି ଜାଣି ନାହାନ୍ତି କେବେ ନିର୍ବାଚନ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠାରୁ ମାତ୍ର ତିନି କିମି ଦୂର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ…
ମହାବଳ ବାଘ ଆତଙ୍କରେ ଲୋକେ ଭୟଭୀତ, ଗ୍ରାମାଞ୍ଚଳରେ ବନ ବିଭାଗ ସଜାଗ
ମହାବଳ ବାଘ ଆତଙ୍କରେ ଲୋକେ ଭୟଭୀତ, ଗ୍ରାମାଞ୍ଚଳରେ ବନ ବିଭାଗ ସଜାଗ ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ବିଶେଷକରି ମୋହନା ତହସିଲ ଅଞ୍ଚଳରେ ରହିଥିବା…
ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ଠାରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି।
ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ଠାରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର…