ରାମଗିରିରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ l ଆର, ଉଦୟଗିରି – ୧/୯/ ୨୦୨୪ ସାରା ଓଡ଼ିଶା ସେପ୍ଟେମ୍ବର ଏକକୁ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରୁଥିବାବେଳେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ଠାରେ ମଧ୍ୟ ଏହି ଦିବସତିକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି ବ୍ଲକର ଡ୍ରାଇଭର ଭାଇମାନେ । ପ୍ରଥମେ ରାମଗିରି ସ୍ଥିତ ଡା.ବିଆର୍.ଆମ୍ବେଦ କର କଲେଜ ସମ୍ମୁଖରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରିବାସହ ସଚେତନ କାର୍ଯ୍ୟକ୍ରମ କରିଥିଲେ । ପରେ ସମସ୍ତ ଡ୍ରାଇଭର ମାନେ ତବାର୍ଶିଂ ଠାରେ ଏହି ଦିବସ ପାଳନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ରାମଗିରି ପୋଲିସ ପକ୍ଷରୁ ମଧ୍ୟ କଡାସୁରଖ୍ୟା ର ବନ୍ଦୋବସ୍ତ ହୋଇଥିଲା ।ସେହିପରି ରା,ଉଦୟଗିରି ଗ୍ରାମର ଡ୍ରାଇଭର ସଂଘ ତରଫରୁ ଦୀବସ ପାଳନ କରିଥିଲେ । ଗଜପତି ଜିଲ୍ଲାରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ।
Related Posts

ନନ୍ଦପୁର ବ୍ଲକ ପାଡୁଆ ପୁଲିସକୁ ମିଳିଛି ବଡ଼ ସଫଳତା
ନନ୍ଦପୁର ବ୍ଲକ ପାଡୁଆ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ିରେ ଚାଲାଣ ବେଳେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି…

ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାକାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି କେରଳ:ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି। ଗୋଟିଏ କାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ…

କେନ୍ଦୀୟ ବଜେଟ୍ ସମ୍ପର୍କରେମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା
କେନ୍ଦୀୟ ବଜେଟ୍ ସମ୍ପର୍କରେମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦିଗ୍ଦର୍ଶନରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଲା ସୀତାରମନଜୀ…