ରାମଗିରି ଉଚ ପ୍ରାଥମିକ ବିଦ୍ୟାଳୟରେ ବାଷିକ ଉତ୍ସବ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ରାମଗିରି ଉଚ ବିଦ୍ୟାଳୟରେ ୨୦୨୪- ୨୫ ଶିକ୍ଷା ବର୍ଷର ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମଗିରି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରତିନୀଧି ଗୋପାଳ ଦଳେଇ ଯୋଗଦେଇ କୁନି କୁନି ପିଲା ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ମେଡାଲ, ସିଲ୍ ଇତ୍ୟାଦି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ବାରା ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ବେହେରା, ସ୍ଥାନୀୟ ସରପଞ୍ଚ, ହାଟପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଧାରୀ ବଡନାୟକ ଏବଂ ରାମଗିରିର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା- ବ୍ରଜକିଶୋର ମାର୍ଥୀ , ଶ୍ରୀ ରବିନାରାୟଣ ପାଇକରାୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ପ୍ରାୟ ୧୫୦ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Posts
କେନ୍ଦ୍ର ବଜେଟ ଉପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ
କେନ୍ଦ୍ର ବଜେଟ ଉପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ବର୍ଷ ୨୦୨୪-୨୫ ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହି…
ଆଦିବାସୀକଂ ହକ ଓ ଅଧିକାର ପାଇଁ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା
ଆଦିବାସୀକଂ ହକ ଓ ଅଧିକାର ପାଇଁ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା ————————– ଆର,ଉଦୟଗିରି(ମନୋଜ କୁମାର ପାଢୀ / 29 10 2024 ତାରିଖ ଦିନ…
ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି।
ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ରେଳ ଟିକେଟର ବୁକିଂ ମାତ୍ର ୬୦ଦିନ ପୂର୍ବରୁ ହୋଇପାରିବ। ପ୍ରଥମେ ଏହି ରେଳ ଟିକେଟ ବୁକିଂ…