ରାମନାଗୁଡ଼ା ଠାରେ ପଣ୍ଡିତ ଦିନଦୟାଲ ଉପାଥାୟ ଙ୍କ ପୁଣ୍ୟ ତିଥି ପାଳିତ ରାୟଗଡା :ରାୟଗଡ ଜିଲ୍ଲା ରାମନାଗୁଡ଼ା ମଣ୍ଡଳ ରେ ପଣ୍ଡିତ ଦିନଦୟାଲ ଙ୍କ ପୁଣ୍ୟ ତିଥି ରେ ଆଜି ରାମନାଗୁଡ଼ା କଲ୍ୟାଣ ମଣ୍ଡପ ଠାରେ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସର ରେ ରାମନାଗୁଡ଼ା ମଣ୍ଡଳ ସଭାପତି ଚିନକାଣ୍ଡଗ୍ରୀ ମଣ୍ଡଳ ଅଧୀନ ପ୍ରାୟ ସମସ୍ତ ଶକ୍ତି କେନ୍ଦ୍ର ର ସଭାପତି ମାନଙ୍କୁ ଏକତ୍ରିତ କରିଥିଲେ. ଉକ୍ତ କାଯ୍ୟକ୍ରମ ରେ ରାୟଗଡ ରୁ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଗୁଣପୁର ପ୍ରଭାରୀ ଶ୍ରୀ ଶିବାଜୀ ଦାଶ ମୁଖ୍ୟ ବକ୍ତା ଭବେରେ ନିଜର ଅଭିବସନ ରଖି ପଣ୍ଡିତ ଦିନଦୟାଲ ଉପାଧ୍ୟାୟେ ଙ୍କ ଜୀବନ ଦର୍ଶନ ସହ ତାଙ୍କର ରାଷ୍ଟ୍ର ପାଇଁ ତଥା ସଙ୍ଗ ପାଇଁ କରିଯାଇଥିବାସୁ କାର୍ଯ୍ୟ କଳାପ ଉପରେ ଗଭୀର ଆଲୋଚନା ରଖିଥିଲେ. ପରେ ଉକ୍ତ ସଭା ରେ ରାୟଗଡ ଜିଲ୍ଲା ସମ୍ପାଦକ ଶ୍ରୀ ବନମାଳୀ ଗମାଙ୍ଗ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜୀବନରେ ରାଷ୍ଟ୍ର ପାଇଁ ସମର୍ପିତ ସମୟ ର ମୂଲ୍ୟ ବୋଧ ଉପରେ ଆଲୋଚନା ରଖିଥିଲେ. ପରେ ପରେ ରାମନାଗୁଡ଼ା ମଣ୍ଡଳ ର ପୂର୍ବତନ ଯୁବ ମୋର୍ଚା ସାଧାରଣ ସମ୍ପାଦକ ଶ୍ରୀ ରଘୁନାଥ ସାମଲ ନିଜର ଅଭିଭାଷଣ ରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜୀବନ ଏବଂ ଆଜିର ନେତୃତ୍ୟ ନେଉଥିବା ରାଜନେତିକ ନେତାଙ୍କ ନୈତିକ ନେତୃତ୍ୟ ଉପରେ ଆଲୋଚନା ରଖିଥିଲେ. ଉକ୍ତ ସଭା କୁ ମଣ୍ଡଳ ସଭାପତି ଚୀନ କାଣ୍ଡଗାରୀ ପରିଚାଳନା କରିଥିବା ବେଳେ ଆଶିଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ମଞ୍ଚ ରେ ଶୁଣ୍ଢୀଧାମଣୀ ସରପଞ୍ଚ ଭସ୍କାର କାର୍ଡରକଆ.ରାମନାଗୁଡ଼ା ବରିଷ୍ଠ ନାଗରିକ ପି କୁମାରସ୍ୱାମୀ ମଂଚାସୀନ ଅତିଥି ଭାବରେ ମଞ୍ଚରେ ମଞ୍ଚସିନା ଥିଲେ. ଉକ୍ତ କାଯ୍ୟ କ୍ରାମକୁ ସାଫଲ୍ୟ କରିବାରେ ସଂଜୀବ ଦାସ. ଶ୍ରୀନିବାସ ପଣ୍ଡା.ଶିବ ପ୍ରସାଦ ବ୍ରହ୍ମ. ତୁମ୍ବେଶ ମଣ୍ଡାଙ୍ଗୀ. ଦୁରଶାସନ ମଣ୍ଡାଙ୍ଗୀ. ଡମ୍ବରୁ ମଣ୍ଡାଙ୍ଗୀ. ରାଜରାଅ ଭାଇ ସହଯୋଗ କରିଥିଲେ.ରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ଜନ ଅସନ୍ତୋଷ ବୃଦ୍ଧି
ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ଜନ ଅସନ୍ତୋଷ ବୃଦ୍ଧି ଗଜପତି (୧୬/୬/୨୦୨୪):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡଗୋଷାଣି ପଞ୍ଚାୟତ ଇଂଲିଶପେଣ୍ଠ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ହଠାତ କାଟ୍…

ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ କ ନୂଆଗାଁ ପ୍ରଶାସନ ଭୂଲି ଗଲେ
ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ କ ନୂଆଗାଁ ପ୍ରଶାସନ ଭୂଲି ଗଲେ… କନ୍ଧମାଳ : – (ରିପୋର୍ଟ କୁନା ଦିଗାଲ…

ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ।
ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ। ଗଞ୍ଜାମ:ଡିସେମ୍ବର ୧୭ ଓ ୧୮ ତାରିଖ ଦୁଇଦିନ ଧରି ସ୍ଥାନୀୟ ଖଲିକୋଟ ଷ୍ଟାଡିୟମ୍…