ରାୟଗଡା ଜିଲ୍ଳାରେ ନଷ୍ଟ ହେଲାଣି ୭୦କୋଟି ଟଙ୍କାରୁ ଊର୍ଦ୍ଧ୍ବ ଗଂଜେଇ ଗଛ ରାୟଗଡା : ରାୟଗଡ଼ା ଜିଲ୍ଲାରେ ନକ୍ସଲ ସମସ୍ୟା ପାୟତଃ ନଥିବାରୁ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ସ୍ଥାନୀୟ ପୁଲିସ ନେତୃତ୍ବରେ ଚଢାଉ ଜାରି ରହିଛି। ବାରମ୍ବାର ସଚେତନତା ପରେ ମଧ୍ୟ ଗୁଡ଼ାରୀ, ପଦ୍ମପୁର ଓ ଚନ୍ଦ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ଗଂଜେଇ ଚାଷ କରାଯାଉଛି l ଗଂଜେଇ ଚାଷ କୁ ସମ୍ପର୍ଣ୍ଣ ଲଗାମ ଲଗାଇବା ନିମନ୍ତେ ଗତ ଏକ ମାସ ମଧ୍ୟରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସ୍ବାଥି ଏସ୍ କୁମାରଙ୍କ ନେତୃତ୍ବରେ ଜିଲ୍ଳାର ପଦ୍ମପୁର, ଗୁଡ଼ାରୀ, ଚନ୍ଦ୍ରପୁର ଓ ଗୁଣପୁର ବ୍ଲକ ଅଞ୍ଚଳରେ ବିପୁଳ ପରିମାଣରେ ଗଂଜେଇ ଚାଷ ହେଉଥିବା ଖବର ପାଇ ବ୍ୟାପକ ଭାବରେ ଚଢ଼ାଉ କରାଯାଇ ୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଗଂଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। ଏସ୍ପି ନିଜେ ଉପସ୍ଥିତ ରହି ପୁଲିସ, ଅବକାରୀ, ଜଙ୍ଗଲ ଏବଂ ପ୍ରଶାସନର ଅନ୍ୟ କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ଏହି ଚଢ଼ାଉ କରୁଛନ୍ତି।ବର୍ତମାନ ସୁଦ୍ଧା ରାୟଗଡ଼ା ଜିଲ୍ଳାରେ ୨୪୩ ଏକରରୁ ୬ଲକ୍ଷ ୮୮ ହଜାର, ପଦ୍ମପୁର ବ୍ଲକରେ ୧୨୧ ଏକର ଜମିରେ ପ୍ରାୟ ୩ଲକ୍ଷ୬୩ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଗୁଡ଼ାରୀ ବ୍ଲକରେ ୮୭ ଏକର ଜମିରେ ୨ଲକ୍ଷ ୭୨ ହଜାର ଗଛ, ଚନ୍ଦ୍ରପୁର ବ୍ଲକରେ ୨୬ ଏକର ଜମିରେ ୨୬ ହଜାର ଗଛ ଓ ଗୁଣପୁର ବ୍ଲକର ପୁଟାସିଂ ଅଞ୍ଚଳର ୯ ଏକର ଜମିରେ ୨୭ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ଏସ.ପି ସ୍ବାଥୀ ସୂଚନା ଦେଇଛନ୍ତି।ଆଜି ସୁଦ୍ଧା ନଷ୍ଟ କରାଯାଇଥିବା ଗଂଜେଇ ଗଛର ମୂଲ୍ୟ ୭୦ କୋଟିରୁ ଉର୍ଧ ହୋଇଥିବା ଜଣାପଡ଼ିଛି। ଜିଲ୍ଳାର ପଦ୍ମପୁର, ଗୁଡ଼ାରୀ, ଚନ୍ଦ୍ରପୁର, ଗୁଣପୁର ଓ କାଶୀପୁରର ଦୁର୍ଗମ ଅଞ୍ଚଳରେ ପ୍ରବଳ ଗଂଜେଇ ଚାଷ ହୋଇଥାଏ। ପୂର୍ବରୁ ଏହି ଅଞ୍ଚଳ ଗୁଡ଼ିକରେ ନକ୍ସଲ ପ୍ରଭାବ ରହୁଥିବାରୁ ଚଢ଼ାଉ ଠିକ ରୂପେ ହୋଇପାରୁନଥିଲା। କିନ୍ତୁ ଜିଲ୍ଲାରେ ନକ୍ସଲ ସମସ୍ୟା ପାୟତଃ ନଥିବାରୁ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ସ୍ଥାନୀୟ ପୁଲିସ ନେତୃତ୍ବରେ ଚଢାଉ ଜାରି ରହିଛି। ବାରମ୍ବାର ସଚେତନତା ପରେ ମଧ୍ୟ ଗୁଡ଼ାରୀ, ପଦ୍ମପୁର ଓ ଚନ୍ଦ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ଗଂଜେଇ ଚାଷ କରାଯାଉଅଛି। ବିଭିନ୍ନ ସୂତ୍ରରୁ ଖବର ତଥ୍ୟ ପାଇ ପୁଲିସ ଅତ୍ୟାଧୁନିକ ଟେକ୍ନୋଲୋଜି ସମ୍ପନ୍ନ ଡ୍ରୋନ ବ୍ୟବହାର କରି ବିପୁଳ ଗେଞଇ ଗଛ ନଷ୍ଟ କରୁଛି।ଏନେଇ ବିଭିନ୍ନ ଥାନାରେ ୨୦ଟି ମାମଲା ରୁଜୁ ହୋଇଥିବା ବେଳେ ପୁଲିସ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଗଂଜେଇ ଚାଷ ହେଉଥିବା ଅଞ୍ଚଳରେ ନିର୍ବାଚିତ ହୋଇଥିବା ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ସଚେତନା ସୃଷ୍ଟି କରାଯାଉଥିବା ସୂଚନା ଦେଇଛନ୍ତି। ଏହି ଅଞ୍ଚଳରେ ବ୍ୟାପକ ଭାବରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବାରୁ ଆଗାମୀ ଜାନୁଆରି ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ ବୋଲି ଏସ.ପି ପ୍ରକାଶ କରିଛନ୍ତି। ଚଢାଉ ସମୟରେ ଗୁଣପୁର ଏସ୍ଡିପିଓ ବାବୁଲି ନାୟକ, ପଦ୍ମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ଗୁଡାରୀ ଆଇ.ଆଇ.ସି ସମର୍ପିତା ସ୍ବାଇଁ ଓ ଚନ୍ଦ୍ରପୁର ଆଇ.ଆଇ.ସି ଧରଣୀଧର ପ୍ରଧାନ, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଜଝକେତନ ସାହୁ ଏବଂ ଅନ୍ୟାନ୍ୟ ଅଧକାରୀ ପ୍ରମୂଖ ଭୁମିକା ଗ୍ରହଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବର୍ତମାନ ରାୟଗଡା ଏସ୍ପି ଗଜପତି ଜିଲ୍ଲାରେ ଏସ ପି ଭାବେ କାର୍ଯ୍ୟରତ ସମୟରେ ଗଜପତି ଜ଼ିଲ୍ଲା ରୁ ଗଂଜେଇ ଚାଷ ଏବଂ ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ରହିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଦୁର୍ଗମ ଗଡର ଗ୍ରାମର ଆଦିବାସୀ ପୁଅ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ।
ଦୁର୍ଗମ ଗଡର ଗ୍ରାମର ଆଦିବାସୀ ପୁଅ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ।ଆର,ଉଦୟଗିରି- (ମନୋଜ କୁମାର ପାଢୀ/୨୦/୧୦/୨୪ ଗଜପତି ଜିଲ୍ଲା ଏକ ଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା…

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପୋଡି ଏବଂ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ପଦଯାତ୍ରା
କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପୋଡି ଏବଂ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ପଦଯାତ୍ରା ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ରେ…

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ଆଜି…