ରାୟଗଡା ବିଜେପି ଜ଼ିଲ୍ଲା ସଭାପତି ହେଲେ ଏମ ଗୋପୀ ଆନନ୍ଦ ରାୟଗଡା

ରାୟଗଡା ବିଜେପି ଜ଼ିଲ୍ଲା ସଭାପତି ହେଲେ ଏମ ଗୋପୀ ଆନନ୍ଦ ରାୟଗଡା : ରାୟଗଡା ଜ଼ିଲ୍ଲା ର ବିଜେପି ସଭାପତି ପଦବୀ ଦୌଡ଼ ରେ ଆଶାୟୀ ଙ୍କ ସଂଖ୍ୟା 13 ବୋଲି ଗତ ଶନିବାର ଦିନ ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜ଼ିଲ୍ଲା ବିଜେପି ସଭାପତି ପଦବୀ ର ନିର୍ବାଚନ ଅଧିକାରୀ ଦେବେନ୍ଦ୍ର ମହାନ୍ତି ଙ୍କ ନିକଟରେ ସକାଳ ରୁ ଢେର ରାତ୍ରି ପର୍ଯ୍ୟନ୍ତ କାଳିରାମ ମାଝୀ, ୟାଲା କୋଣ୍ଡା ବାବୁ, ଶିବ ଶଙ୍କର ଉଲାକା, ରାମଚନ୍ଦ୍ର ବେହେରା, ଏମ ଗୋପୀ ଆନନ୍ଦ, ହଳଧର ମିଶ୍ର, ପଦ୍ମନାଭ ଦାସ ଟୁଟୁ ଦାସ, ୱାଇ ଗଣପତି ରାଓ, ମଞ୍ଜୁଳା ମିନିୟାକା, ଶ୍ୟାମ ସୁନ୍ଦର ଦାସ, ଗୁଣନିଧି ବାଘ ହଳଧର ହିମିରିକା ଭାସ୍କର ପଣ୍ଡା ପ୍ରମୁଖ ଜ଼ିଲ୍ଲା ବିଜେପି ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ବର୍ତ୍ତମାନ ଜ଼ିଲ୍ଲା ସଭାପତି ଭାବେ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଷଡ଼ଙ୍ଗୀ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଭାବେ ଏମ ଗୋପୀ ଆନନ୍ଦ ଙ୍କ ନାମ ଘୋଷଣା କରିଛନ୍ତି l ରାୟଗଡା ଜ଼ିଲ୍ଲା ବିଜେପି ଦଳର ସାଙ୍ଗଠନିକ ନିର୍ବାଚନ ଶେଷ ପରେ ବର୍ତ୍ତମାନ ଜ଼ିଲ୍ଲା ବିଜେପି ସଭାପତି ପଦ ପାଇଁ ନାମ. ଘୋଷଣା ହୋଇଛି l ସଭାପତି ପଦ କୁ ନେଇ ଜ଼ିଲ୍ଲା ବିଜେପି ର ବିଭିନ୍ନ ଗୋଷ୍ଠି ମଧ୍ୟରେ ଛକାପଞ୍ଚା ଆରମ୍ବ ହୋଇଥିବା ଘଟଣା ର ଜାଵନିକା ଶେଷ ହୋଇଯାଇଛି l ରାଜ୍ୟ ବିଜେପି ଜ଼ିଲ୍ଲା ବିଜେପି ସଭାପତି ପଦ ନିମନ୍ତେ ବୟସ ସୀମା 45 ରୁ 60 ମଧ୍ୟରେ ବ୍ୟକ୍ତି ଓ ଅନୁନ୍ୟ ବିଜେପି ପ୍ରାଥମିକ ସଦସ୍ୟ ଭାବେ 6 ବର୍ଷ ପୁରଣ କରିଥିବା ଆବଶ୍ୟକ ବୋଲି ବିଜେପି ଦଳ ଗୁରୁତ୍ୱ ଦେଇଥିଲା l ଇତି ମଧ୍ୟରେ ଜ଼ିଲ୍ଲା ରେ ଉଭୟ ଅନଲାଇନ ଓ ଅଫ ଲାଇନ ମାଧ୍ୟମରେ ସଭ୍ୟ ସଂଗ୍ରହ ପରେ ଜ଼ିଲ୍ଲା ର ବିଭିନ୍ନ ମଣ୍ଡଳ ର ସଭାପତି ଓ ପ୍ରତନିଧି ଙ୍କ ନାମ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଘୋଷଣା କରିଥିଲେ l ସୂଚନା ଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନ ରେ ଜ଼ିଲ୍ଲା ର ତିନିଗୋଟି ବିଧାନସଭା ରାୟଗଡା, ଗୁଣୁପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳୀ ରେ ବିଜେପି ର ପରାଜୟ ଘଟିଥିଲା ଏପରିକି କୋରାପୁଟ ଲୋକ ସଭା କ୍ଷେତ୍ର ରୁ ମଧ୍ୟ ବିଜେପି ସାଂସଦ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି ଏହାର କାରଣ ହେଉଛି ବିଜେପି ର ସାଙ୍ଗଠାନିକ ସ୍ଥିତି ଅତି ଖରାପ ପାଇଁ ରାୟଗଡା ଜ଼ିଲ୍ଲା ରେ ବିଜେପି ପରାଜୟ କରିଲା ବୋଲି ରାଜ୍ୟ ବିଜେପି ରେ ଆଲୋଚନା କରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ର ନେତୃମଣ୍ଡଳୀ ଏହିପରି ଏକ ବ୍ୟକ୍ତି କୁ ଜ଼ିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତି କରିଛନ୍ତି ଯେ ସେହି ବ୍ୟକ୍ତି ବ୍ୟକ୍ତି ପ୍ରଶାସନିକ ଅଧିକାରୀ ଦଳ ର କର୍ମକର୍ତା ଓ ଜନସାଧାରଣ ଙ୍କୁ ନେଇ ଚାଲିବାରେ ସମର୍ଥ ହେବା ସହିତ ସଂଗଠନ ସ୍ଥିତି କୁ ସୁଦୃଢ କରିବା ରେ ସମର୍ଥ ହୋଇପାରିବ ସେହି ବ୍ୟକ୍ତି ଏମ ଗୋପୀ ଆନନ୍ଦ ଜ଼ିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତି କରିଛନ୍ତି l ବିଜେପି ଏମିତି ଏକ ଦଳ ଯେଉଁ ଦଳ ରେ ସାରା ଦେଶ ର ଦଳ ର ବିଭିନ୍ନ ପଦ ପଦବୀ ପାଇଁ ଗୋଟିଏ ନିୟମ ସେହି ଅନୁସାରେ ବିଭିନ୍ନ ପଦ ପଦବୀ ପୂରଣ ହୋଇଥାଏ କିନ୍ତୁ ରାୟଗଡା ଜ଼ିଲ୍ଲା ରେ ବିଜେପି ର ସ୍ଥିତି ବହୁତ ଖରାପ ଏମିତି କି ରାଜ୍ୟ ର 21 ଗୋଟି ଲୋକ ସଭା ସାଂସଦ କ୍ଷେତ୍ର ରୁ 20 ଗୋଟି ସ୍ଥାନ ରେ ବିଜେପି ବିଜୟ ହାସଲ କରିଥିବା ବେଳେ କୋରାପୁଟ ଆସନ ରୁ ପରାଜୟ କରିଲା କାରଣ ଉଭୟ କୋରାପୁଟ ଓ ରାୟଗଡା ଜ଼ିଲ୍ଲା ରେ ବିଜେପି ସାଙ୍ଗଠାନିକ ସ୍ଥିତି ବହୁତ ଖରାପ ସେଥିପାଇଁ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ନିମନ୍ତେ ଗୋପୀ ଆନନ୍ଦ ଙ୍କ. ଉପରେ ଅତୁଟ ଭରସା ଓ ବିଶ୍ୱାସ ରଖି ଗୋପୀ ଆନନ୍ଦ ଙ୍କୁ ଜ଼ିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତl ବର୍ତ୍ତମାନ 13 ଜଣ ଜ଼ିଲ୍ଲା ସଭାପତି ପାଇଁ ନାମାଙ୍କନ ପତ୍ର ଦେଖଲ କରିଥିବା ବେଳେ କେବଳ ଟୁଟୁ ଦାସ, କୋଣ୍ଡା ବାବୁ, କାଳୀରାମ ମାଝୀ ଓ ଗୋପୀ ଆନନ୍ଦ ଚାରିଜଣ ଙ୍କ ନାମ ବିଜେପି ପଦ ବି ପାଇଁ ବେଶ ଚର୍ଚ୍ଚା ରେ ରହିଥିବା ବେଳେ ଏମ ଗୋପୀ ଆନନ୍ଦ ଙ୍କ ଉପରେ ଜ଼ିଲ୍ଲା ସଭାପତି ର ଦାୟିତ୍ୱ ରାଜ୍ୟ ବିଜେପି ଦେଇଛି l ଜ଼ିଲ୍ଲା ବିଜେପି ସଭାପତି ନିଯୁକ୍ତି ପରେ କିପରି ଭାବେ ଦଳ କୁ ଆଗେଇ ନେଇ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ର ବୈତରଣୀ ପାର କରିବା ରେ ଗୋପୀ. ସମର୍ଥ ହେଉଛନ୍ତି ଦେଖିବାକୁ ବାକିରହିଲା l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *