ରେମଣ୍ଡା, ସୁନ୍ଦରୀଟିକରା ଠାରେ ସ୍ଵର୍ଗତ ବଂଶୀଧର ପ୍ରଧାନ କଂ ଶ୍ରୁତି ଉଦ୍ଦେଶ୍ଯ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – ୧୦,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ପଂଚାୟତ ର ସୁନ୍ଦରୀଟିକରା ଠାରେ ସ୍ଵର୍ଗତ ବଂଶୀଧର ପ୍ରଧାନ କଂ ଶ୍ରୁତି ଉଦ୍ଦେଶ୍ଯ ରେ ଅଗ୍ରଗାମୀ ଯୁବକସଂଘ ଓ ଓଡିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ବରଗଡ ର ଭ୍ରାମ୍ୟମାଣ ଯାନ ଦ୍ଵାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ସ୍ଵର୍ଗତ ବଂଶୀଧର ପ୍ରଧାନ ପ୍ରତିଛବି ନିକଟରେ ମୁଖ୍ୟ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଥିଲେ। ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ବିଜୁଜନତା ଦଳର ସଭାପତି ହରିଶଂକର ବେହେରା, ମୋହନ ଦୋରା ବରଗଡ ରକ୍ତଭଣ୍ଡାର ଅଧିକାରୀ ଅମରଜିତ ମହାନ୍ତି, ସ୍ଵର୍ଗତ ବଂଶଧର ପ୍ରଧାନ କଂ ଧର୍ମପତ୍ନୀ ହରିପ୍ରିୟା ପ୍ରଧାନ ଓ ତାଙ୍କର କୁନି ଝିଅ ଉପସ୍ଥିତ ଥିଲେ। ଏହି ସମୟରେ ସ୍ଵର୍ଗତ ବଂଶୀଧର ପ୍ରଧାନ ଆତ୍ମାର ଶାନ୍ତି ନିମନ୍ତେ ନୀରବ ପ୍ରାର୍ଥନା ସହିତ ଶ୍ରୁତିଚାରଣ କରାଯାଇଥିଲା ।ଏଥିରେ ବରଗଡ ଜିଲ୍ଲା ମୋପରିବାର ମୁଖ୍ୟ ଶ୍ରୀମାନ ଗୌରହରି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତାକାଟି ଉଦଘାଟନ କରିଥିଲେ।ବରଗଡ ରକ୍ତଭଣ୍ଡାର ଅଧିକାରୀ ଅମରଜିତ ମହାନ୍ତି, ରୋହିତ କଲେତ, କୃଷ୍ନ ଚନ୍ଦ୍ର ସାହୁ, ରାଜେଶ ରଣା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ, ଏଥିରେ ୪ ଜଣ ମହିଳା ସମେତ ୨୩ ଜଣ ପୁରୁଷ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ସମୟରେ ସୁନ୍ଦରୀଟିକରା ଅଗ୍ରଗାମୀ ଯୁବକସଂଘ ର ସୁମିତ ଖମାରୀ, ରଂଜନ ଭୋଇ, ମଂଟୁ ଖମାରୀ, ଶୁଭମ ସାହୁ, ସୁମନ ଖମାରୀ, ମୁନ୍ନା ଭୋଇ, କୁନା ଭୋଇ, ପିଣ୍ଟୁ ଖମାରି, ବେଣୁଧର ପ୍ରଧାନ ଓ କ୍ଲବ ର ଅନ୍ୟାନ୍ୟ ସମସ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ।
![](https://theinformationmedia.in/wp-content/uploads/2024/11/1000867068-473x1024.jpg)