ରୋଟାରୀ କ୍ଲବ ପକ୍ଷରୁ ଗରୀବ ମହିଳା ଙ୍କୁ ଶାଢ଼ୀ ପ୍ରଦାନ

ରୋଟାରୀ କ୍ଲବ ପକ୍ଷରୁ ଗରୀବ ମହିଳା ଙ୍କୁ ଶାଢ଼ୀ ପ୍ରଦାନ….

କନ୍ଧମାଳ -୨୩/୦୨(ରିପୋର୍ଟ କୁନା ଦିଗାଲ )
ଫୁଲବାଣୀ ରୋଟାରୀ କ୍ଲବ ପ୍ରତିଷ୍ଠା ଦିବସ ଅବସରରେ ରୋଟାରୀ କ୍ଳବ୍ ପକ୍ଷରୁରବିବାର ସ୍ଥାନୀୟ ପି.ଡବ୍ଲ.ଡି କାର୍ଯ୍ୟାଳୟ ସମ୍ମୁଖରେ ଗରୀବ ନିସହାୟ ମହିଳା ମାନଙ୍କୁ ଶାଢ଼ୀ ପ୍ରଦାନ କରଯାଇଥିଲା l
ଏହି ଅବସରରେ ଋଷିକେଶ ର ସ୍ୱାମୀଜୀ ରୋଟାରୀକ୍ଳବ୍ ସଭାପତି ବରିଷ୍ଠ ସମାଜସେବୀ ବିପ୍ର ଚରଣ ପାତ୍ର, ସମ୍ପାଦକ ବିଜୟ କୃଷ୍ଣପଟ୍ଟନାୟକ, ପ୍ରକାଶ ପଣ୍ଡା, ବି ଦେବେନ୍ଦ୍ର ପାତ୍ର, ପ୍ରେସ କ୍ଳବ୍ ସଭାପତି ରୋଟlରିଆନ ସୁନୀଲ ପଟ୍ଟନାୟକ, ପୁର୍ବତନ ସଭାପତି, ଜ୍ଞାନ ଦୋରା,ବିରlଜିନୀମହାପାତ୍ର, ପୱନ୍ କୁମାର୍ ଅଗ୍ରୱାଲା, ପଦ୍ମଚରଣ ସ୍ବାଇଁ, ହରି ଶ୍ଚନ୍ଦ୍ର ମହାରଣା, ମୋନ ରଞ୍ଜନ ପଟ୍ଟନାୟକ, ବାଲାଜୀ ପାତ୍ର, ସନ୍ତୋଷ ପଣ୍ଡା, ପ୍ରମୁଖ ବହୁ ରୋଟରିଆନ ଓ ସମାଜ ସେବୀ ଉମେଶ ପାତ୍ର, ପ୍ରମୁଖ ଯୋଗଦେଇ ଶାଢ଼ୀ ପ୍ରଦାନ କରିଥିଲେ l ଶାଢ଼ୀ ପାଇବାପରେ ମହିଳାମାନେ ଖୁସିବ୍ୟକ୍ତ କରିଥିଲେ l
ସେହିପରି ଏହି ଅବସରରେ ସ୍ଥାନୀୟ ଶକ୍ତି ସଦନ ରେ ରହୁଥିବା ମହିଳାମାନଙ୍କପାଇଁ ଭୋଜନ ବ୍ୟବସ୍ଥା କରଯାଇଥିଲା l ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓ ବି ଇ ଡି କଲେଜକୁ ଗଛ ପ୍ରଦାନ ଓ ସ୍କୁଲ ଗୁଡିକୁ ଫାଷ୍ଟ ଏଡ୍ ବକ୍ସ ପ୍ରଦାନ କରଯାଇଥିଲା l

Leave a Reply

Your email address will not be published. Required fields are marked *