ଲଗାଣ ଝଡବର୍ଷରେ ଭୂଷୁଡିଲା ଘର, ଅଳ୍ପକେ ବତ୍ତିଲେ ପରିବାର ଲୋକେ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦିନ ତମାମ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହେବା ସହିତ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ସହ କିଛି ସ୍ଥାନରେ ଘର ମଧ୍ୟ ଭୂଷୁଡି ପଡିଥିବା ଜଣାପଡିଛି । ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ସମୟରେ ମୋହନା ବ୍ଳକର ଅଡବା ଗ୍ରାମ ଖ୍ରୀଷ୍ଟାଆନ ସାହିରେ ବାସ କରୁଥିବା ବିପିନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ପୁଅ ଘରେ ମଧ୍ୟାହ୍ନ ଭୋଜନ ଲାଗି ବସିଥିବା ବେଳେ ହଠାତ୍ ତାଙ୍କର ଝାଟିମାଟିରେ ନିମିତ ଘରର କାନ୍ଥ ଭୂଷୁଡି ପଡିଥିଲା । ଫଳରେ ବାପା ଓ ପୁଅ ପ୍ରାଣ ବିକଳରେ ବାହାରକୁ ଦୌଡି ପଳାଇଥିଲେ । କିନ୍ତୁ ବିପିନଙ୍କର ସ୍ତ୍ରୀ ବାହରକୁ ଯାଇପାରିନଥିବାରୁ ତାଙ୍କର ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି । ଫଳରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ କିଛି ଦିନରୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିବାବେଳେ ପାହାଡିଆ ଅଞ୍ଚଳ ଗୁଡିକରେ କ୍ଷୟକ୍ଷତି ହେବାର ଆଶାଙ୍କା କରି ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀମହଲରେ ଦାବୀ ହେଉଛି ।
Related Posts
![](https://894006.ztxs.asia/wp-content/uploads/2024/10/IMG-20241008-WA0016.jpg)
ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ।
ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ। ବରଗଡ –…
![](https://894006.ztxs.asia/wp-content/uploads/2024/09/IMG-20240907-WA0048.jpg)
କେ. ଏମ. ଭଳିଆସାହି ଉଚ୍ଚ ବିଦ୍ୟାଳୟରେ ଗଣେଶ ପୂଜା
କେ. ଏମ. ଭଳିଆସାହି ଉଚ୍ଚ ବିଦ୍ୟାଳୟରେ ଗଣେଶ ପୂଜା ଆର,ଉଦୟଗିରି- ମନୋଜ କୁମାର ପାଢୀ/ ୭/୯/୨୪/ଆର,ଊଦୟଗିରି ବ୍ଲକର ଶନିବାର କେ. ଏମ. ଭାଲିଆ ସାହି ସରକାରୀ ଉଚ୍ଚ…
![](https://894006.ztxs.asia/wp-content/uploads/2025/01/IMG-20250131-WA0002.jpg)
ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ
ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ସମାପ୍ତ ହେବା ପରେ ମଧ୍ୟ ଓଡ଼ିଶାକୁ…