ଲସ୍ତଲା ଗ୍ରାମ ଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତଦାନ ଶିବିରରେ ବରଗଡ ରକ୍ତଭଣ୍ଡାର ୩୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ବରଗଡ ୧,୧୧–(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲସ୍ତଲା ଗ୍ରାମ ରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ଭାରତୀୟ ଜନତା ପାର୍ଟି ର ବରଗଡ ଜିଲ୍ଲା ସଭାପତି ଡଃ ଅରୂପାନଂଦ ସାହୁ ଯୋଗ ଦେଇ ଫିତା କାଟି ଶିବିର କୁ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ତିନି ଜଣ ମହିଳା ଓ ୨୯ଜଣ ପୁରୁଷ ରକ୍ତଦାତା ଙ୍କ ସମେତ ସର୍ବମୋଟ ୩୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା ।ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଲସ୍ତଲା ଗ୍ରାମ୍ୟ ଉନ୍ନୟନ କମିଟି ର ସଭାପତି ଖିରେଶ୍ୱର ପଧାନ ଓ ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ସୁମନ୍ତ ନାୟକ, ରାଜେନ୍ଦ୍ର ମହାକୁଡ, ଦୀପକ ପଧାନ, ଲସ୍ତଲା ଗ୍ରାମବାସୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଚିତ୍ର ପ୍ରଧାନ, ସଙ୍କେତ ଆଠଘରା, ଖଗେଶ୍ବର ସାହୁ, ହେମାଞ୍ଚଲ ସାହୁ ନିଷ୍ଠା ପରିବାର ର ସଦସ୍ୟ ପ୍ରମୁଖ ପରିଚାଳନା କରିଥଲେ। ସମସ୍ତ ରକ୍ତଦାତା, ସହଯୋଗୀ ଓ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Related Posts
ସମିତି ସଭ୍ୟଙ୍କୁ ମାରଣାନ୍ତକ ଆକ୍ରମଣ।
ସମିତି ସଭ୍ୟଙ୍କୁ ମାରଣାନ୍ତକ ଆକ୍ରମଣ। ଗଞ୍ଜାମ:ରିପୋର୍ଟ:(କୈଳାଶ ଚନ୍ଦ୍ର ଚୌଧୁରୀ,,)ହିଞ୍ଜିଳି ବ୍ଲକ ଅଧିନସ୍ଥ ଡାୟାପଲୀ ପଞ୍ଚାୟତର ସମିତି ସଭ୍ୟ ଇ ରାଜା ରାଓଙ୍କୁ କିଛି ଯୁବକ ଆତର୍କିତ ଆକ୍ରମଣ…
ରଜ’ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ରଜ’ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ. ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ .ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ…
ମୁନ୍ନା ଓ ଜନ୍ ଦୁଇ ସାଙ୍ଗ!
ମୁନ୍ନା ଓ ଜନ୍ ଦୁଇ ସାଙ୍ଗ । ମିତ୍ରତା ଥିଲା କ୍ରିକେଟ କୁ ନେଇ। ଆଉ କ୍ରିକେଟ ସହିତ ପ୍ରତିଟି ସୁଖ ଦୁଃଖ ରେ ଜଣେ ଅନ୍ୟ…