ଲିଙ୍ଗରାଜ ମନ୍ଦିର ନିକଟରେ ଠେଲାପେଲା; ୨ ମହିଳା ଭକ୍ତ ଆହତ
ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର ନିକଟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି I ଠେଲାପେଲାରେ ଦୁଇ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି।ମନ୍ଦିରରେ ପ୍ରବେଶ କରି ଦର୍ଶନ କରିବାକୁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।ପୋଲିସ ପ୍ରଶାସନ ଓ ଅଧିକାରୀ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି।