ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୨୭,୧୨,୨୦୨୪:ସେମିଳିଗୁଡାସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ,ସେମିଳିଗୁଡାସ୍ଥିତ ଡିସିବି ବ୍ୟାଙ୍କର ସହଯୋଗରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରକୁ ବୟୋଜ୍ୟେଷ୍ଠ ଭୂଦାନ କର୍ମୀ ଶ୍ରୀ କୃଷ୍ଣ ସିଂ ଉଦଘାଟନ କରିଥିଲେ। ଶିବିରରେ ପୁରୁଷ, ମହିଳାଙ୍କ ସହ ଜଣେ ଦିବ୍ୟାଂଗ ବ୍ଯକ୍ତି ରକ୍ତଦାନ କରିଥିଲେ। ଲିଭ ଫର ଅଦର୍ସର ଅଧ୍ୟକ୍ଷା ତଥା ବରିଷ୍ଠ ସାମାଜିକ କାର୍ଯ୍ଯକର୍ତ୍ତା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଶିବିର ପରିଚାଳନା ସହ ନିଜର ୫୧ତମ ରକ୍ତଦାନ କରିଥିଲେ।ଯାହା କି ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଥିଲା।ବ୍ୟାଙ୍କର ପ୍ରବନ୍ଧକ ସନ୍ତୋଷ କୁମାର ପଣ୍ଡା,ଅନ୍ଯାନ୍ଯ ଷ୍ଟାଫ ରିପୂନ କୁମାର ହୋତା,ସତ୍ଯ ପ୍ରକାଶ ପାଲ,ନିହାରିକା ଦଳେଇ, ମନୋଜ କୁମାର ମଣ୍ଡଳ, ଜୁନେଶ ମୁଠାଇ ,ପ୍ରଦୀପ କୁମାର ବେହେରା ମାଳି ସହଯୋଗ କରିଥିଲେ।କ୍ଳଷ୍ଟର ମୂଖ୍ଯ ଭଗବାନ ଓଝା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ସମୁଦାୟ ୨୭ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ରଂଜିତ ସାହୁ,ପୁଷ୍ପିତା ମହନ୍ତ, ରବୀନ୍ଦ୍ର ମିଶ୍ର,ସୁରେଶ ନାୟକ ରକ୍ତ ସଂଗ୍ରହ କରିଥିଲେ। ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏ ଗୋଟିଏ ଫୁଲଗଛ ଉପହାର ଦିଆଯାଇ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇ ଥିଲା।ଏଠାରେ ଉଲ୍ଲେଖଯୋଗ୍ଯ ଯେ,୨୦୨୪ ରେ ଲିଭ ଫର ଅଦର୍ସ ସମୁଦାୟ ୫ଟି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି।
Related Posts
ଟିକିରି କୁ ବ୍ଳକ ମାନ୍ୟତା ପାଇଁ ବୈଠକ
ଟିକିରି କୁ ବ୍ଳକ ମାନ୍ୟତା ପାଇଁ ବୈଠକ ————————————————- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିରରେ ଆଜି ଟିକିରି କୁ ବ୍ଳକ ମାନ୍ୟତା…
କାଶୀପୁର ଠାରୁ ଡୁମେରପଦର ମୁଖ୍ୟ ରାସ୍ତାର ନିମ୍ନମାନର ପିଚୁ ଢଳେଇକୁ ନେଇ ଜନ ଅସନ୍ତୋଷ
କାଶୀପୁର ଠାରୁ ଡୁମେରପଦର ମୁଖ୍ୟ ରାସ୍ତାର ନିମ୍ନମାନର ପିଚୁ ଢଳେଇକୁ ନେଇ ଜନ ଅସନ୍ତୋଷ ରାୟଗଡା : କାଶୀପୁର ଠାରୁ ଡୁମେରପଦର ସଂଯୋଗ କରୁଥିବା ରାସ୍ତାରେ ପିଡବ୍ଳୁଡି…
ପିପିଲିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
ପିପିଲିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ପିପିଲି: ପୁରୀ ଜିଲ୍ଲା ପିପିଲିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି।ପୁରୀ ଅବକାରୀ ବିଭାଗର…