ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟସ୍ଥ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ଧୂମଧାମ ଗୁରୁଦିବସ ପାଳନ ହୋଇଯାଇଛି l ଏହି ଗୁରୁଦିବସ ଅବସରରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱତନ୍ତ୍ର ସମାହାର ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅଞ୍ଚଳ ର ଅବସରର ପ୍ରାପ୍ତ ଶିକ୍ଷlବିତ ଶ୍ରୀଯୁକ୍ତ ଧନେଶ୍ୱର ଖୁଣ୍ଟିଆ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଭବିଷ୍ୟତ ଗଡିବା ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ଅନ୍ୟପକ୍ଷରେ ଅନୁଷ୍ଠାନ ର ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼ଃ ବାବୁଲା ପଟ୍ଟସାଣି ଶିକ୍ଷକ ଦିବସ ର ଆୟୋଜନ ଇତିହାସ ଓ ଆବଶ୍ୟକତା ଉପରେ ନିଜର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ସର୍ବଶ୍ରୀ ଶିବରାମ, ବୈକୁଣ୍ଟ ନାଥ ପଣ୍ଡା,ଏମ ବାଳକୃଷ୍ଣ ଦୋରା, ସନ୍ୟାସୀ ଜେନା, ସଞ୍ଜୟ ନାୟକ, ଶ୍ରୀମତୀ ରତାଞ୍ଜଳୀ ସାହୁ,ଶ୍ରୀମତୀ ରୀନା ରାଣୀ ପ୍ରଧାନ,ଏହି ଦିବସରେ ଶିକ୍ଷା ଓ ଶିକ୍ଷକ ସଚେତନତା ବାବଦରେ ନିଜର ମନ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଶ୍ରୀ ଧନେଶ୍ୱର ଖୁଣ୍ଟିଆଙ୍କୁ ନିଜ ଶିକ୍ଷା ବୃତ୍ତିରେ ,ଅବଦାନ ପାଇଁ ଶିକ୍ଷା ଅନୁଷ୍ଠାନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ପରିଶେଷରେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥିମାନଙ୍କୁ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହିତ ଶିକ୍ଷା ବୃତ୍ତି ରେ ଥିବା ଶିକ୍ଷକ ମାନଙ୍କୁ ନିଜ ନିଜ ଶିକ୍ଷା ଦାନ ବାବଦରେ ଆତ୍ମ ସମୀକ୍ଷା ସହିତ ଭବିଷ୍ୟତ ପ୍ରତି ସଚେତନତା ହେବାକୁ ମତ ରଖିଥିଲେ l
Related Posts
ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର #୭୪ୟୁନିଟ ରକ୍ତ ସଂଗୃହୀତ
ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର #୭୪ୟୁନିଟ ରକ୍ତ ସଂଗୃହୀତ….ତା-୧୬-୦୯-୨୦୨୪ରିଖ (ସୋମ ବାର)ରକ୍ତାଭାବ…
ଓଡ଼ିଆ ବିଭାଗର ସ୍ବାଗତଂ ଏବଂ ବିଦାୟ ସମ୍ବର୍ଦ୍ଧନା ଉତ୍ସବ…
ଓଡ଼ିଆ ବିଭାଗର ସ୍ବାଗତଂ ଏବଂ ବିଦାୟ ସମ୍ବର୍ଦ୍ଧନା ଉତ୍ସବ…
ଓଡ଼ିଶାରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି…