ଶୁଣିଲାନି ସରକାର , ଗାଆଁ ଲୋକ ତିଆରି କଲେ କାଠ ପୋଲ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଶୁଣିଲେନି ସରକାର ଲୋକଙ୍କ ସମସ୍ୟା , କରି ପାରିଲେନି ସମସ୍ୟାର ସମାଧାନ । ବାଧ୍ୟ ହୋଇ ନିଜ ପରିଶ୍ରମରେ ତିଆରି କଲେ ଏକ କାଠ ପୋଲ । ଏ ପରି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ମାଣ୍ଡିମରା ଗ୍ରାମ ପଞ୍ଚାୟତ ସାରଳା ପଦର ଗାଆଁ ରେ । ଗାଆଁ କୁ ଯିବାକୁ ହେଲେ ଦୀର୍ଘ 3/4 କିଲୋମିଟର ମାଟି କାଦୁଆ ଓ ଖାଲ ଖମା ରାସ୍ତା ଦେଇ ଯିବାକୁ ପଡ଼େ । ସେଥିରେ ପୁଣି ଏକ ନାଳ । ନାଳ ଉପରେ ପୋଲ ଟେ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅନେକ ଗ୍ରାମ ବାସୀ । ବାରମ୍ବାର ଏ ନେଇ ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଆସିଛନ୍ତି । ଏପରିକି ତତ୍କାଳିନ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ଙ୍କୁ ମଧ୍ୟ ଅଭିଯୋଗ ଦେଇଛନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମ ବାସୀ ଶ୍ରମ ଦାନ କରି ନିଜେ ଏହି ପୋଲ ନିର୍ମାଣ କରିଛନ୍ତି ।ଅନେକ ସମୟରେ ଦୈନଦିନ ହାଟ ବଜାର,ସ୍କୁଲ କଲେଜ ଓ ମେଡିକାଲ୍ ଯିବାକୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଖରାଦିନେ ଯେମିତିସେମିତି ଚଳି ଯାଉଥିଲା । କିନ୍ତୁ ଏହି ବର୍ଷା ଦିନେ ହାଲତ ପୁରା ଖରାପ । ନା ଚାଲିକି ଯାଇ ପାରୁଥିଲେ ନା ଗାଡ଼ି ରେ ଯାଇ ପାରୁଥିଲେ ।ଏପରିକି ରୋଗୀ ଙ୍କୁ ନେବାକୁ ହେଲେ ବୋହିକୀ ନେଉଥିଲେ । ତେବେ ବାଧ୍ୟ ହୋଇ କାତି କୁରାଢି ଧରି ସଜବାଜ ହେଲେ ଓ ନିର୍ମାଣ କଲେ ଏହି ପୋଲ ।
Related Posts
ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ
ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ଗଜପତି :୨୦/୯(ମନୋଜ କୁମାର ପାଢୀ)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି…
ମୋହନା ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନା ମାଧ୍ୟମରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ।
ମୋହନା ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନା ମାଧ୍ୟମରେ ଜନ ଶୁଣାଣି ଶିବିର ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ…
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି।
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ବର୍ତ୍ତମାନ…