ସ୍ପିନରଙ୍କ ଦମରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି। ଏଥିସହ ୩ ଟିକିଆ ଦନିକିଆ ସିରିଜକୁ ଘରୋଇ ଟିମ ୨-୦ରେ ଜିତି ନେଇଛି। ପ୍ରଥମ ଦିନିକିଆ ଟାଇ ହୋଇଥିଲା। ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବା ବେଳେ ନିକଟରେ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତ ଭଳି ଚାମ୍ପିୟନ ଟିମ ବିପକ୍ଷରେ ଶ୍ରୀଲଙ୍କା ୨୧ଶ ଶତାବ୍ବୀରେ କୌଣସି ସିରିଜ ଜିତିବାକୁ ସକ୍ଷମ ହୋଇଛି। ଦୀର୍ଘ ୨୭ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇଛି ଶ୍ରୀଲଙ୍କା।

