ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଖରିଫ ଋତୁରେ ଧାନ କ୍ରୟ ବିକ୍ରୟ ଉପରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଅଛି। ବରଗଡ-୧୩,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଝରାପାଲି ମାର୍କେଟ କାର୍ଯ୍ୟାଳୟ ପରିସରରେ ସମିତି ସ୍ତରୀୟ ଖରିଫ ଋତୁରେ ଧାନ ସଂଗ୍ରହ କମିଟି (solpc) ର ସଭାପତି ଶ୍ରୀ ସୁବ୍ରତ କୁମାର ଚାନ୍ଦ କଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମିତି ସ୍ତରୀୟ କମିଟି ର ସମସ୍ତ ରାଜସ୍ବ ନିରୀକ୍ଷକ, ସମସ୍ତ ପଂଚାୟତ ଏଗଯୁକୁଟିଭ ଅଫିସର, ଭିଏବ୍ଲ୍ଯୁ ଓ ସମସ୍ତ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ଖରିଫ ଋତୁରେ ପଂଜିକୃତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇ କିପରି ସୁରୁଖୁରୁରେ ଭାବରେ ଧାନ ସଂଗ୍ରହ ପ୍ରକ୍ରିୟା ହେବ ଓ ସମସ୍ତ ଚାଷୀ ମାନେ ଧାନ ର ଉଚିତ ମୂଲ୍ୟ ସୁବିଧାରେ ପାଇପାରିବେ, ସେଥିପ୍ରତି ଯତ୍ନବାନ ଓ ସମ୍ବୋଧନଶିଳ ହେବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ଶ୍ରୀ ସୁବାସ ଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ
ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା…
ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କ ସାମ୍ବାଦିକ ସମ୍ମିଳନି.
କଂଗ୍ରେସର ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କ ସାମ୍ବାଦିକ ସମ୍ମିଳନି. ପଟାଙ୍ଗି: (ଭେଙ୍କଟ ) ଆସନ୍ତା ୨୦୨୪ ସାଧାରଣ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଆଗକୁ ଆସୁଛି ୨୦୨୪…
ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା: ଧରାପଡିଲା ଆନ୍ତଃ ରାଜ୍ୟ ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ ଜଣେ ଗିରଫ
ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା: ଧରାପଡିଲା ଆନ୍ତଃ ରାଜ୍ୟ ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ ଜଣେ ଗିରଫ ଗଜପତି :୩୦/୯(ମନୋଜ ପାଢୀ)…