ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ କୃଷକ ଓ ଶ୍ରମିକ ବିରୋଧୀ କେନ୍ଦ୍ରୀୟ ବଜେଟର ପ୍ରତିବାଦ

ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ କୃଷକ ଓ ଶ୍ରମିକ ବିରୋଧୀ କେନ୍ଦ୍ରୀୟ ବଜେଟର ପ୍ରତିବାଦ

ଆର,ଉଦୟଗିରି(ମନୋଜ କୁମାର ପାଢୀ/୫/୨/୨୫/ନିକଟରେ କେନ୍ଦ୍ରର ବିଜେପି ନେତୃତ୍ଵାଧିନ ମୋଦି ସରକାର ଚଳିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପିତ କରିଛନ୍ତି । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ଥରର ବଜେଟ୍ ବି କୃଷକ ଶ୍ରମିକ ବିରୋଧୀ ତଥା କର୍ପୋରେଟ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ । ଏହି ବଜେଟରେ କୃଷକମାନଙ୍କ ଆୟବୃଦ୍ଧି, ଋଣଛାଡ଼, ଫସଲବୀମା ଓ ଫସଲର ଏମଏସପି ପାଇଁ ଆଇନ ଆଦି ନେଇ କୌଣସି ଘୋଷଣା କରିବାରେ ସରକାର ବିଫଳ ହୋଇଛନ୍ତି । ସାର, ଖାଦ୍ୟ ସୁରକ୍ଷା, ଫସଲବୀମା ଆଦି କୃଷିର ସମସ୍ତ କ୍ଷେତ୍ରରେ ବଜେଟରେ ବ୍ୟୟବରାଦକୁ ହ୍ରାସ କରାଯାଇଛି । ଅଥଚ ଦେଶୀ ବିଦେଶୀ କର୍ପୋରେଟମାନଙ୍କୁ ସୁହାଇବା ପରି ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦ କରାଯାଇଛି । ଅତଏବ ଏହି ପରିପ୍ରେକ୍ଷୀରେ ମୋଦି ସରକାରର ଜନବିରୋଧୀ ଓ କୃଷକ ବିରୋଧି କେନ୍ଦ୍ର ବଜେଟ ବିରୋଧରେ ପ୍ରତିବାଦ ପାଇଁ ଦେଶର କୃଷକମାନଙ୍କ ସର୍ବଭାରତୀୟ ମଞ୍ଚ, ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ ଫେବୃଆରୀ ୫ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ସାଙ୍କେତିକ ଭାବେ ବଜେଟର ନକଲ ଜାଳିବା ପାଇଁ ଆହ୍ବାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସମର୍ଥନରେ ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଗଜପତି ଜିଲ୍ଲା ଶାଖା ଆବାହକ କମିଟି ତଥା ଅଖିଳ ଭାରତ କିଶାନ୍ ମଜମଦୁର ସଭା (AIKMS)ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର ତତ୍ବାବଧାନରେ ଶ୍ରୀ ଦଣ୍ଡପାଣି ର‌ଇତ ନେତୃତ୍ବରେ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ପ୍ରତିବାଦ କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ୍ ମଜମଦୁର ସଭା (AIKMS)ର ଜିଲ୍ଲା କମିଟି ସଭ୍ୟ ଶ୍ରୀ ସୁମ୍ବାରା ଶବର, ଓଡ଼ିଶା କୃଷକ ସଭା (AIKS)ର ରାଜ୍ୟ କମିଟି ସଭ୍ୟ ଶ୍ରୀ ଦଣ୍ଡପାଣି ର‌ଇତ, ଭାରତୀୟ କ୍ଷେତ ମଜମଦୁର ୟୁନିଅନ୍ (BKMU)ର ଜିଲ୍ଲା ସମ୍ପାଦକ ଶ୍ରୀ ସୁବାଷ ଚନ୍ଦ୍ର ଜେନା ଯୋଗଦେଇ ମୋଦି ସରକାର ଚଳିତ ୨୦୨୫-୨୬ କେନ୍ଦ୍ରୀୟବଜେଟର ପ୍ରତିବାଦରେ ବକ୍ତବ୍ୟ ରଖିଥିଲେ। ତତ୍ ସହିତ ଗଜପତି ଜିଲ୍ଲାରେ ମକା ଓ କପା ଫସଲ ପାଇଁ, ମୋହନା, ଆର୍ ଉଦୟଗିରି, ରାୟଗଡ, କା‌ଶୀନଗର, ଗୋଷାଣୀ, ଗୁମ୍ମା ବ୍ଲକଙ୍କ ଠାରେ ମଣ୍ଡି ଖୋଲିବାକୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କାଡୁକା ଶବର,ସୁଙ୍କା ଶବର, ଆର୍ ଲୋକନାଥାମ୍,ଏମ୍ ବାଙ୍ଗାରି, ଶ୍ରୀନୁ ବେହେରା,ପି ମୁରଲି କ୍ରିଷ୍ଣା ସମେତ ଶତାଧିକ କୃଷକ ଓ ଶ୍ରମିକମାନଙ୍କୁ ଯୋଗଦେଲେ।

Leave a Reply

Your email address will not be published. Required fields are marked *