ସମାଜସେବୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ୫୪ତମ ଶ୍ରାଦ୍ଧବାର୍ଷିକୀ ପଂଚାୟତ ସ୍ତରୀୟ ସମାବେଶ ସଭା ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ତଥା ଭାରତର ର ସ୍ଵାଧୀନତା ସଂଗ୍ରାମୀ, କର୍ମବୀର ତଥା ସମାଜସେବୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ୫୪ତମ ଶ୍ରାଦ୍ଧବାର୍ଷିକୀ ପଂଚାୟତ ସ୍ତରୀୟ ସମାବେଶ ସଭା ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ପରିସରରେ ଥିବା ସଂଗ୍ରାମୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତି ମୂର୍ତ୍ତି ନିକଟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ଏନସିସି ଛାତ୍ରଛାତ୍ରୀ ମାନେ ପୁଷ୍ପମାଲ୍ୟ ପ୍ରଦୀପ ପ୍ରଜ୍ଜ୍ଵଳନ, ପୂଜାର୍ଚ୍ଚନା କରିଥିଲେ। ପରେ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତିଛବି ଧରି କର୍ମବୀର ସ୍ଵର୍ଗତ ମଂଗଳୁ ପ୍ରଧାନ ଅମର ରହେ ନାରା ଦେଇ ରେମଣ୍ଡା ଗ୍ରାମ ପରିକ୍ରମା କରିଥିଲେ।ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵର୍ଗତ ସ୍ୱଧୀନତା ସଂଗ୍ରାମୀ ମଂଗଳୁ ପ୍ରଧାନ କଂ ଏକ ଶ୍ରୁତି ସମାବେଶ ସଭା ଅନୁଷ୍ଠିତ ହୋଇଥିଲା। ଏହା କୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୟଶ୍ରୀ ଖଟୁଆ।ଏଥିରେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ଭୋଇ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ କର ଓ ସମ୍ମାନିତ ଅତିଥି ଭାବେ ଜେଏଫସିଏସ ର ସଭାପତି କୀର୍ତ୍ତନ ପଟେଲ, ରେମଣ୍ଡା ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଝସକେତନ ପ୍ରଧାନ, ଶିକ୍ଷାବିତ ଡଃ ମନୋରଞ୍ଜନ ମେହେର, ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଶ୍ରୀମତୀ ରାଶେଶ୍ବରୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ଓ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ସହିତ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ମାନେ କର୍ମବୀର ସ୍ଵାଧୀନତା ସଂଗ୍ରାମୀ ମଂଗଳୁ ପ୍ରଧାନ କଂ ସେବା, ତ୍ୟାଗ, ଜନସେବା, ରେମଣ୍ଡା ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏହି ସମୟରେ ବିଦ୍ୟାଳୟ ର ଛାତ୍ର ତୁଷାର କର ଓ ଛାତ୍ରୀ ସାଂସ୍କୃତି ବାରିକ ସଂଗ୍ରାମୀ ମଂଗଳୁ ପ୍ରଧାନ କଂ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଏହି ଶ୍ରାଦ୍ଧବାର୍ଷିକୀ ଅବସରରେ ରେ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ବିଷୟରେ ବକ୍ତୃତା, କୁଇଜ, ପ୍ରବନ୍ଧ, ଓ ଚିତ୍ରାଙ୍କନ ଛାତ୍ରଛାତ୍ରୀ ମାନକୁଂ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରଷ୍କାର ବିତରଣ ଉତ୍ସବରେ ନୀରରଂଜନ ପଟ୍ଟନାୟକ, ଦେବପ୍ରସନ୍ନ ଦାଶ ଓ ଛବିଳ ପ୍ରଧାନ ସହଯୋଗ କରିଥିଲେ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ସମ୍ବାଦିକ ଭବାନୀ ଶଙ୍କର ପାଢ଼ୀ, ହେମନ୍ତ ନାଏକ ଓ ବଲରାମ ବାଗ କୁଂ ପୁଷ୍ପଗୁଚ୍ଛ, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସମୟରେ ବିଦ୍ୟାଳୟ ର ପରିଚାଳନା କମିଟି, ଜେଏଫସିଏସ ର ସଭ୍ୟ, ସଭ୍ୟା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ଏନସିସି ଛାତ୍ରଛାତ୍ରୀ ମାନେ ଓ ରେମଣ୍ଡା ଗ୍ରାମ ପଂଚାୟତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପଂଚାୟତ ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପରିଶେଷରେ ବିଦ୍ୟାଳୟ ର ଶିକ୍ଷକ ନୀରରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *