ଜୟପୁର ସହର ରେ ରହୁଥିବା ଆଇନଜୀବୀ ଶ୍ରୀମତୀ ନଳିନୀ ରଥ ଏବଂ ସୁଶ୍ରୀ ଆରତୀ ମହାନ୍ତି ନିଜର ସାମାଜିକ କାର୍ଯ୍ୟ ନିମନ୍ତେ ଜଣାଶୁଣା। ଆଜି ସ୍ଥାନୀୟ ସେମିଳିଗୁଡା ର ହୋଟେଲ୍ ଇମ୍ପେରିଆଲ ଠାରେ ତାଙ୍କର ସାମାଜିକ ଦାୟିତ୍ଵବୋଧ ତଥା ଜନ ସଧାରଣଙ୍କର ପ୍ରତି ସେବାଭାବ ଲାଗି ସଂଜୀବନୀ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ନିଜର ସେବା କାର୍ଯ୍ୟ ଲାଗି ବହୁବାର ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଶ୍ରୀମତୀ ନଳିନୀ ରଥ ଜଣେ ଆଇନଜୀବୀ ତଥା ସମାଜସେବୀ ଛଡ଼ା କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରିଆସୁଛନ୍ତି। ସମ୍ମାନିତ ହେବା ପରେ ଆଗକୁ ମଧ୍ୟ ସମାଜ ପ୍ରତି ତାଙ୍କର ଦାୟିତ୍ଵ ସୁଚାରୁ ରୂପେ ନିର୍ବାହ କରିବେ ଏହି ଦୁଇ ଆଇନଜୀବୀ ଯୋଡ଼ି ବୋଲି ଦୁହେଁ ଆଶା ପ୍ରକାଶ କରିଛନ୍ତି।
Related Posts

ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି(ମନୋଜ ପାଢୀ/୧୦/୧୧/୨୪ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ…

ଓଁ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ ଆରମ୍ଭ ହୋଇଯାଇଛି।
ଓଁ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ ଆରମ୍ଭ ହୋଇଯାଇଛି। ବରଗଡ – ୧୮,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ…

ନବ ନିଯୁକ୍ତି ଶିକ୍ଷୟତ୍ରୀଙ୍କ ପ୍ରତିବାଦରେ ସ୍କୁଲରେ ତାଲା
ବୈପାରୀଗୁଡା -(ଏନ ସନ୍ତୋଷ ) ନବ ନିଯୁକ୍ତି ଶିକ୍ଷୟତ୍ରୀଙ୍କ ପ୍ରତିବାଦରେ ସ୍କୁଲରେ ତାଲା । ସ୍କୁଲ ଗେଟରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ…