ସରସ୍ବତୀଙ୍କ ମୂର୍ତ୍ତି ନିର୍ମାଣ ରେ ମଗ୍ନ ମୂର୍ତ୍ତି କାରିଗର ଅଭିଳାଷ ବେହେରା … କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ)ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳର କଳା ପ୍ରିୟ କାରିଗର ଅଭିଳାଷ ବେହେରା ମା ସରସ୍ବତୀ ଙ୍କ ମୂର୍ତ୍ତି ନିର୍ମାଣ ରେ ମଗ୍ନ l ଆଜ କୁ ପ୍ରାୟ ୮ ବର୍ଷ ଧରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ ଗଣେଶ ମୂର୍ତ୍ତି, ସରସ୍ବତୀ, ବିଶ୍ୱାକର୍ମା, ଖୁଦୁରୁକୁଣୀ , ଗ୍ରାମ୍ୟ ଯଜ୍ଞ କମିଟି ରାଧାକୃଷ୍ଣ ମୂର୍ତ୍ତି ନିର୍ମାଣ କରିବାରେ ମାହିର ଅଟନ୍ତି l ବଭିଳାଷ ତାଙ୍କରି କଳା ପ୍ରେମ ମୂର୍ତ୍ତି ନିର୍ମାଣ ପାଇଁ ଏକ ନିଆରା ଆକୃତି ଅଟେ l କାରିଗର ବେହାର ଶିକ୍ଷା ଅନୁଷ୍ଠାନ ତଥା ବିଭିନ୍ନ ପ୍ରକାର ମୂର୍ତ୍ତି ଗୁଡିକ ସ୍କୁଲ, କଲେଜ, ଶିଶୁମନ୍ଦିର, ପବ୍ଲିକ ଅନୁଷ୍ଠାନ ବିଭିନ୍ନ ଗାଁ ମାନଙ୍କ ରେ ମୂର୍ତ୍ତି ନିର୍ମାଣ କରି ଯୋଗାଇ ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ମିସ୍ତ୍ରୀ, ବାଡେଇ, ଟେଲରିଙ୍ଗ, କୁମ୍ଭାର, ସୁନାରି ଏମାନଙ୍କୁ ବିଶ୍ୱାକର୍ମା ଯୋଜନା ନାମରେ ସରକାର ବିଭିନ୍ନ ସହାୟତା ଘୋଷଣା କରିଥିବା ବେଳେ କାରିଗର ମାନଙ୍କ ପାଇଁ ସହାୟତା ମିଳୁନ ଥିବା କହିଛନ୍ତି ସମସ୍ତ କାରିଗର l ମୂର୍ତ୍ତି କାରିଗର କହିବାନୁସାରେ ଗୋଟିଏ ମୂର୍ତ୍ତି ଗଠନ କରିବାକୁ ହେଲେ ବାଉଁଶ, ସୁତୁଲି, ଚିଟିକା ମାଟି,କଲର, କପଡା ଇତ୍ୟାଦି ଆବଶ୍ୟକ ହୋଇଥାଏ l ଯେତିକିରେ ସବୁ ସାମାନ କିଣା ପଡୁଛି ସେତିକିରେ ତାଙ୍କ ପାରିଶ୍ରମିକ ସମାନ ହେଉଛି l କାରିଗର ଙ୍କୁ ସରକାର ଙ୍କ ତରଫରୁ କିଛି ସହାୟତା ମିଳନ୍ତା ତାହେଲେ ଆହୁରି ଅଧିକ ରୁ ଅଧିକ ତିଆରି କରି ଯୋଗାଇ ପାରନ୍ତେ ବୋଲି କହିଛନ୍ତି l ମୂର୍ତ୍ତି ନିର୍ମାଣ ରେ ତାଙ୍କୁ ସହଯୋଗ କରୁଛନ୍ତି ଭାଗବତ ବଗର୍ତ୍ତୀ, ବାଳକୃଷ୍ଣ କହଁର, ଅଭିରାମ କହଁର, କାର୍ତିକ ବେହେରା ମୂର୍ତ୍ତି କରିବାରେ ସାହାଯ୍ୟ କରିଆସୁଛନ୍ତି l
Related Posts

ନକଲି ଖାଦ୍ୟ ପଦାର୍ଥ କାରଖାନା ଉପରେ ଚଢ଼ାଉ।
ନକଲି ଖାଦ୍ୟ ପଦାର୍ଥ କାରଖାନା ଉପରେ ଚଢ଼ାଉ। ଗଞ୍ଜାମ:ବଡ଼ବଜାର ଥାନା ଅର୍ନ୍ତଗତ ଲକ୍ଷ୍ମୀ ନୃସିଂହ ସାହି ସପ୍ତମ ଗଳିରେ ଚାଲିଥିବା ବେଆଇନ ଖାଦ୍ୟ ପଦାର୍ଥ ଯଥା ଅଦା…

ବନାନୀ କଳା ସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ମଞ୍ଚସ୍ଥ
ବନାନୀ କଳା ସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ମଞ୍ଚସ୍ଥ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ…

କାଲିମେଳାପ୍ରବଳ ବର୍ଷାରେ ଆଜି ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯିବାରୁ ରାସ୍ତା ବନ୍ଦ ହୋଇଯାଇଛି ।
କାଲିମେଳା: ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକମାନେ ନାହିଁ ନଥିବା ଅସୁବିଧାର…