ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ …. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ ): ଟିକାବାଲି ବ୍ଲକ ର କଟିମାହା ଓ ଗୁଡ୍ରିପଡ଼ି କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଟିକାବାଲି ର ସଲପ ଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ବଡ଼ ଆଡମ୍ବର ରେ ଆୟୋଜିତ ହୋଇଅଛି l ଏଥିରେ ଉଭୟ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l ଓଡିଶା ର ଲୋକ କଳା, ସ୍ଥାପତ୍ୟ, ଶିଳ୍ପ କଳା, ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସୃଜନଶୀଳ ଲିଖନ ମାଧ୍ୟମରେ ପିଲାଙ୍କ ହୃଦୟ ରେ କିପରି ଓଡ଼ିଆ ର ଗର୍ବ, ଗୌରବ,ପରିଚୟ ଓ ସ୍ୱାଭିମାନ ଅକ୍ଷୁର୍ଣ୍ଣ ରହିବ ସେଥିରେ ସ୍ଥାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦିଲ୍ଲୀପ କହଁର,ସମ୍ମାନିତ ଅତିଥି ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତ,ସଭାପତି ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ, ସମ୍ମାନିତ ଅତିଥି କଟିମାହା ସରପଞ୍ଚ ଶ୍ରୀଯୁକ୍ତ କର୍ନେଲ କହଁର,ସମ୍ମାନିତା ଅତିଥି ପାଡାଙ୍ଗି ସରପଞ୍ଚ ଶ୍ରୀମତୀ ଶୁଭଲକ୍ଷ୍ମୀ ପ୍ରଧାନ, ୟୁଥ ୱାରୀୟାର ସ୍ବେଛାସେବୀ ସଂଗଠନ ର ବ୍ଲକ ସଭାପତି ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ, କଟିମାହା ଓ ଗୁଡ୍ରିପଡ଼ି ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର, ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ବାବୁଲା କୁମାର ବେହେରା, ସହଯୋଗୀ ରୁଦ୍ର ନାରାୟଣ ଷଡ଼ଙ୍ଗୀ, ନଳିନୀ କର୍ଣ୍ଣ ଓ ବରିଷ୍ଠ ଶିକ୍ଷକ ପ୍ରଦୀପ ମହାପାତ୍ର l ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ଆଦର୍ଶ ବିଦ୍ୟାଳୟ ର ସମସ୍ତ ସଦସ୍ୟ ଓ ଉଭୟ କ୍ଲୋଷ୍ଟର ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
Related Posts
୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ
୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ ଆର,ଉଦୟଗିରି୨୭।୧୧( ମନୋଜ ପାଢୀ ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ…
ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ
– ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ ଗଜପତି(ମନୋଜ ପାଢୀ/୩/୧୧/୨୪ଗଜପତି ଜିଲ୍ଲାର ବଣ ପାହାଡ…
ଗ୍ରାମ୍ୟ ଜଳ ଓ ପରିମଳ କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଙ୍ଗିଲି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।
ଗ୍ରାମ୍ୟ ଜଳ ଓ ପରିମଳ କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଙ୍ଗିଲି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ27/9/024)-: ନୁଆଗଡ ବ୍ଳକର…