ରାଜସ୍ଥାନ: ସକାଳ ପ୍ରାୟ ୫ଟା ୩୦ରେ ଭାନ୍କ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗି ଯାଇଥିବା ବେଳେ ଯାତ୍ରୀମାନେ ପ୍ରାଣ ବିକଳରେ ବାହାରି ନିଜ ଜୀବନ ବଞ୍ଚାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୨୨ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ପହଞ୍ଚାଇବା ନିମନ୍ତେ ଆମ୍ବୁଲାନ୍ସ ବି ପହଞ୍ଚିଛି।
Related Posts
ଉତ୍ତରପ୍ରଦେଶରୁ ଆସିଲା ଆଳୁ
ଉତ୍ତରପ୍ରଦେଶରୁ ଆସିଲା ଆଳୁ ଭୁବନେଶ୍ୱର: ଓଡ଼ିଶାରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ସରକାର…
ଇଟିଭି ନେଟୱାର୍କ ହେଡ ରାମୋଜୀ ରାଓ ଙ୍କ ଦେହାନ୍ତ
*ଇଟିଭି ନେଟୱାର୍କ ହେଡ ରାମୋଜୀ ରାଓ ଙ୍କ ଦେହାନ୍ତ* ମିଡିଆ ଜଗତ ର ଅପ୍ରତିଦ୍ବନ୍ଦି ନିର୍ମାତା ତଥା ଆଚଂଲିକ ଟିଭି ଚେନାଲ ଇଟିଭି ନେଟୱାର୍କ ହେଡ ଗ୍ରିନିଜ…
ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା ୨୩ ମୃତ
ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା; ୨୩ ମୃତ ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା,ବିମାନରେ ୧୭୫ ଜଣ ଯାତ୍ରୀଙ୍କ ସହ ୬ କ୍ରିଉ…