ସୁଖିଲା ଗଛଡାଳ ଭାଙ୍ଗିପଡି ଜଣେ ମୃତ୍ୟୁ , ଦୁଇ ଆହତ , କ୍ଷେତି ପୂରଣ ଛେଳିଗଡ ରୁ ରାମଗିରି ଓ ଆର,ଉଦୟଗିରି ଅବରୋଧ । ଆର,ଉଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ଥାନା ପଦ୍ମପୁର ଗ୍ରାମର ଦୁଇ ଜଣ ଏବଂ ପିଚୁ କାମ ପାଇଁ ଆସିବା ଶ୍ରମିକ ମିଶି ଏକ ବାଇକ୍ ଛେଳିଗଡ ବଜାରକୁ ଯାଉଥିବା ରାମଗିରି ଛକରେ ଥିବା କାକପୋଇ ଗଛ ଦୀର୍ଘ ବର୍ଷ ଧରି ଥିବା ରାସ୍ତା ସାଇଡି ରହିଥିଲା । ରବିବାର ସନ୍ଧ୍ୟା୬.୩୦ ସାମନ୍ୟ ପବନ ହେବରୁ ରାସ୍ତା ସାଇଡିୀବା ଗଛ ସୁଖିଲା ଡୁଆ ଭାଙ୍ଗି ପଡି ବାଇକ୍ ଚାଳକ ଉପରେ ପଡିଯିବା ଦ୍ବରା ପଦ୍ମପୁର ପୂଣ୍ଣଚନ୍ଦ୍ର ପାଇକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବାଇକି ଥିବା ଅନ୍ୟ ଦୁଜ ମଧ୍ୟରୁ ଜଣେ ଗୁରୁତର ଆହତ ହୋଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହାକୁ ପାଖରେ ଥିବା ଲୋକେ ଦେଖି ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ପଠାଇଥିଲେ । ସେଠାର ଡାକ୍ତର ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ବଡ ମେଡିକଲ ଅଧିକ ଚିକିତ୍ସା ପାଇଁ ପଠାଇଥିଲେ । ମୃତ୍ୟୁ ପରିବାର ଓ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି କ୍ଷେତି ପୂରଣ ଦାବି ନେଇ ଛେଳିଗଡ ରାମଗିରି ଓ ଛେଳିଗଡ ଆର,ଉଦୟଗିରି ରାସ୍ତା ଅବରୋଧ କରିରଖିଛନ୍ତି । ଏହି ଖବର ପାଇ ଘଟଣାସ୍ଥଳକୁ ଆର,ଉଦୟଗିରି ପିଲିସ ପହଞ୍ଚି ଏହାର ତଦନ୍ତ କରିବା ସହ ରାସ୍ତା ଅବରୋଧ କୁରୁଥିବା ବ୍ୟକ୍ତି ବୁଝାସୁଝା କରିଥିଲେ । ଖବର ପଠାଇ ପର୍ଯ୍ୟନ୍ତ ରାସ୍ତା ହଟିନଥିଲା । ପରିବାର ଅଭିଯୋଗ କରୁଛନ୍ତି ଯେ ପୂତ୍ତ ବିଭାଗ ଖାମଖିଆଲି ନିତି ଯୋଗୁଁ ଜଣେ ମୃତ୍ୟୁ ବରଣ କରିଛନ୍ତି । ଯଦି ସୁଖିଲା ଗଛକୁ ପୂତ୍ତ ବିଭାଗ ଦ୍ବାରା କଟାଯାଇଥାନ୍ତା ତାହାହେଲେ ଆଜି ପୂଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋନଥାନ୍ତା ।
Related Posts
ଭୁବନେଶ୍ବରରେ ସୁଭଦ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ବରରେ ସୁଭଦ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀଙ୍କ…
*ସୁଆଦିଆ ତାଳ ସଜ*
*ସୁଆଦିଆ ତାଳ ସଜ* ପ୍ରକୃତି ଆମ ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରିଥାଏ। ବିଶେଷ କରି ଋତୁ ଅନୁଯାୟୀ ଆମ ଶରୀର ଆବଶ୍ୟକ କରୁଥିବା ଉପାଦାନ ସବୁ…
ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି|
କେଶିଙ୍ଗା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ…