ମାଲକାନଗିରି: ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳୁଛି। ଚିନ୍ତିଗୁମ୍ଫା ଥାନା ଅଂଚଳର ତୁମାଲପଦର ଜଙ୍ଗଲ-ପାହାଡରେ ଏହି ଘଟଣା ଘଟିଛି। ସୁକମା ଜିଲ୍ଲା ପୁଲିସ, ବସ୍ତର ଫାଇଟରସ୍, ସିଆରପିଏଫ, ଡିଆରଜି ଯବାନ କମ୍ବିଂ ପାଇଁ ତୁମାଲପଦର ଜଂଗଲରେ ପଶିଥିଲେ। ପୁଲିସକୁ ଦେଖି ନକ୍ସଲମାନେ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ଯବାନ ପକ୍ଷରୁ ମଧ୍ୟ ପାଳଟା ଗୁଳିଚାଳନା କରାଯାଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବକୁ ଜବତ କରିଛି।
Related Posts

ଡ଼ଃ ମନମୋହନ ସିଂ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଡ଼ଃ ମନମୋହନ ସିଂ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…… 28/12/2024ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ଗ୍ରାମ ହାଟ ପଦା ଠାରେ ଅର୍ଥନୀତି ବିଶାରଦ ସଂସ୍କାରବାଦୀ ରାଜନେତା ଜନକ…

ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରିନେଇ ହତ୍ୟା
ମାଲକାନଗିରି: ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସର ଘନଘନ ଚଢ଼ାଉରେ ନକ୍ସଲ ଏବେ ହିଂସାତ୍ମକ ହୋଇପଡିଛନ୍ତି। ଲୋଙ୍କୁ ଭୟଭୀତ କରାଇବା ଏବଂ ପୁଲିସକୁ ଚ୍ୟାଲେଞ୍ଚ…

ଛତିଶଗଡ଼ରେ ଆଉ ନକ୍ସଲଙ୍କ ସ୍ଥାନ ନାହିଁ।
ଛତିଶଗଡ଼ରେ ଆଉ ନକ୍ସଲଙ୍କ ସ୍ଥାନ ନାହିଁ। ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଓଡିଶା ସୀମାବର୍ତ୍ତୀ ଭେଜ୍ଜି ଜଂଗଲରେ ଆଜି ସକାଳେ ଯବାନ ୧୦ ଜଣ…