ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଅଦଳ ବଦଳ କଲେ ଓଡ଼ିଶା ସରକାର। ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର।ଅନ୍ୟପଟେ ଏ.କେ ରୟ ହେଲେ ଜେଲ୍ ବିଭାଗ ଡିଜି। ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ। ଆର୍ପି କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଲେ। ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ। ବଦଳିଲେ ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେ। ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ।
Related Posts

ଅଂଶୁମାନ ପ୍ରିୟଦର୍ଶନ ବିଜେପିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…
ଅଂଶୁମାନ ପ୍ରିୟଦର୍ଶନ ବିଜେପିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ର ବିଜେପି କର୍ମକର୍ତା ତଥା ଅଂଶୁମାନ ପ୍ରିୟଦର୍ଶନ…

T20 World Cup 2024 Final: India defeat SOUTHAFRICA by 7 runs to win T20 WC title for 2nd time.
New Delhi:In the 2024 ICC Men’s T20 World Cup final at the Kensington Oval in Bridgetown, Barbados, India set South…

ଧାନକିଣା ନିମନ୍ତେ ସଚେତନତା ବ୍ୟାପକ ସଚେତନତା ସୃଷ୍ଟି
ଧାନକିଣା ନିମନ୍ତେ ସଚେତନତା ବ୍ୟାପକ ସଚେତନତା ସୃଷ୍ଟି ଭୁବନେଶ୍ବର: ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ନିମନ୍ତେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସରକାର…