ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ।ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ବିଧାୟକ କାଡ୍ରାକା ଆପାଲାସ୍ବାମୀ ଯୋଗେ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିପରି ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଲା, କ୍ରୀଡ଼ାଭିତ ଶତ୍ରୁଘ୍ନ ମଲ୍ଲିକ ପ୍ରମୂଖ ମଞ୍ଚାସୀନ ଥିଲେ। ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଲା ନିଜ ଅଭଭାଷଣରେ ଦୈନନ୍ଦିନ ଜୀବନରେ କ୍ରୀଡ଼ାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କ୍ରୀଡ଼ାର ସମସ୍ତ ନିୟମକୁ ତଦାରଖ କରିବା ନିମନ୍ତେ କ୍ରୀଡ଼ାଭିତ ଶତ୍ରୁଘ୍ନ ମଲ୍ଲିକଙ୍କୁ ପିଟି ଭାବେ ନିୟୋଜିତ କରାଯାଇଥିଲା।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି
କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି ତରଭା, ତା ୨୯/୧୨ : ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା…

ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ସ୍ଥିତ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଜ୍ଞାନ ମେଳା
ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ସ୍ଥିତ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି…

କଲ୍ୟାଣସିଂହପୁର ଦେବଗିରି ଶୈବପୀଠ ରେ ରାଜ୍ୟ ବାଣିଜ୍ୟ,ପରିବହନ, ଷ୍ଟିଲ ଏବଂ ମାଇନ୍ସ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା
କଲ୍ୟାଣସିଂହପୁର ଦେବଗିରି ଶୈବପୀଠ ରେ ରାଜ୍ୟ ବାଣିଜ୍ୟ,ପରିବହନ, ଷ୍ଟିଲ ଏବଂ ମାଇନ୍ସ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ରାୟଗଡ଼ା, ତା ୦୧/୦୩():-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ…