ସେଞ୍ଚୁରିଆନ ୟୁନିଭରସିଟି ପକ୍ଷରୁ ଜାତୀୟ ଫାର୍ମାସି ସପ୍ତାହ ପାଳନ ସହିତ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ, ୪୫ ୟୁନିଟ ରକ୍ତ ସଂଗୃହିତ ।ରାୟଗଡା : ରାୟଗଡା ସେଞ୍ଚୁରିଆନ ୟୁନିଭରସିଟି ପକ୍ଷରୁ ଜାତୀୟ ଫାର୍ମାସି ସପ୍ତାହ ପାଳନ ଅବସରରେ ସଦରମହକୁମା ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୪୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଡଃ ଭି.ଏଲ.ଏନ ରାଜୁ ଉଦଘାଟନ କରିଥିଲେ । ରାୟଗଡା ରକ୍ତ ଭଣ୍ଡାରର ଡାକ୍ତର ଗୌତମ ପଟନାୟକ, ସରୋଜକାନ୍ତ ଆଚାର୍ଯ୍ୟ, ବି. କିଶୋର କୁମାର, ଉମାକାନ୍ତ ମିଶ୍ର, ଶଙ୍କର ତାଡଙ୍ଗି ଓ ଶିବାଜୀ ବିଶୋୟି ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ୟୁନିଭରସିଟିର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଫାର୍ମାସି ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଡମ୍ବରୁଧର ପଣ୍ଡା, ସେଞ୍ଚୁରିଆନ ଫାର୍ମାସି କଲେଜର ଅଧ୍ୟକ୍ଷ ଡଃ ଚନ୍ଦ୍ର ଶେଖର ପାତ୍ର, ନର୍ସିଙ୍ଗ କଲେଜର ଅଧ୍ୟକ୍ଷା କେ. ଉର୍ମିଳା, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ମାହାନ୍ତି, ସେଞ୍ଚୁରିଆନ ୟୁନିଭରସିଟିର ଲୋକ ସଂପର୍କ ଅଧିକାରୀ ତୁଷାର ରଞ୍ଜନ ସାହୁ, ଅଧ୍ୟାପିକା ଡଃ ଦୀପାଙ୍କର ରଥ, ଡଃ ଏଲ.ଆଲେଖ କୁମାର, ଭାରତ ଭୂଷଣ ସାହୁ , ରୂପ ରଞ୍ଜନ ରଥ, କାମିନୀ ସେଠୀ, କବିତା ହିମିରିକା, ୱାଇ.ଭି.ଭି. ଯୋଗେନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ସିନାପାଲି ପୋଲିସ ଦ୍ବାରା ଏକ ମୁକ ଓ ବଧିର ଦିବ୍ୟାଙ୍ଗ ନାବାଳକ ଙ୍କୁ ଉଦ୍ଧାର, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଙ୍କୁ ହସ୍ତାନ୍ତର।
*ସିନାପାଲି ପୋଲିସ ଦ୍ବାରା ଏକ ମୁକ ଓ ବଧିର ଦିବ୍ୟାଙ୍ଗ ନାବାଳକ ଙ୍କୁ ଉଦ୍ଧାର, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଙ୍କୁ ହସ୍ତାନ୍ତର* ନୂଆପଡା :୦୬.୦୬, (ଓମ୍…

ଜି.ସି.ଡି ଖେଳ ପଡିଆ ଚଇତି 2024 ର ଉଦଘାଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି
ଜି.ସି.ଡି ଖେଳ ପଡିଆ ଚଇତି 2024 ର ଉଦଘାଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ରାୟଗଡା : ଡିସେମ୍ବର ୨୬ତାରିଖ ରାୟଗଡ଼ ଜିଲ୍ଲା ଲୋକ ମହୋତ୍ସବ ଚଇତି ୨୦୨୪…

ଚଇତା କମିଟି ବୈଠକ ଅନୁଷ୍ଠିତ
ଚଇତା କମିଟି ବୈଠକ ଅନୁଷ୍ଠିତ ରାୟଗଡ: ଲୋକମାହୋତ୍ସବ ଚଇତି -୨୦୨୪ପାଳନ ଅବସରରେ ମୁଖସାକ୍ଷୀ ଚଇତାଳି ପତ୍ରିକା ପ୍ରକାଶନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ସ୍ମରଣିକା ଉପସମିତିର…