ସେଞ୍ଚୁରୀୟନ ଉନିଭେର୍ସିଟି ର ବାର୍ଷିକ ଉତ୍ସବ ସିନେଫେଷ୍ଟ 11.0 ଅନୁଷ୍ଠିତ

ସେଞ୍ଚୁରୀୟନ ଉନିଭେର୍ସିଟି ର ବାର୍ଷିକ ଉତ୍ସବ ସିନେଫେଷ୍ଟ 11.0 ଅନୁଷ୍ଠିତ ରାୟଗଡା : ସେନ୍ତୁରୀୟନ ୟୁନିଭେର୍ସିଟି ପିତାମହଲ ରାୟଗଡା ର ବାର୍ଷିକ ଉତ୍ସବ ସିନେଫେଷ୍ଟ 11.0 ଇତିମଧ୍ୟରେ ୟୁନିଭେର୍ସିଟି ର ରାୟଗଡା ର ଆଞ୍ଚଳିକ ନିର୍ଦେଶକ ରାଜେଶ ପାଢ଼ୀ ଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ବିଷ୍ଣୁ ପ୍ରସାଦ ପାତ୍ର ଅତିରିକ୍ତ ପୋଲିସ ଆରକ୍ଷୀ ଅଧକ୍ଷ ରାୟଗଡା, ମୁଖ୍ୟ ବକ୍ତା ଭାବେ କୌଶିକ ଶରଣ ମିଶ୍ର ଭାଇସ ପ୍ରେସିଡେଣ୍ଟ ପ୍ରୋଜେକ୍ଟ ଓ ପ୍ରସେସ ୟୁନିଟ ଆଦିତ୍ୟ ବିର୍ଲା ରିଫାଇନେରୀ ଟିକିରି ଓ ସମ୍ମାନିତ ଅତିଥି ଭାବେ ପ୍ରଦୀପ କୁମାର ଷଡ଼ଙ୍ଗୀ ଆଞ୍ଚଳିକ ନିର୍ଦେଶକ ସେଞ୍ଚୁରୀୟନ ୟୁନିଭେର୍ସିଟି ବଲାଙ୍ଗୀର ଯୋଗ ଦେଇଥିଲେ l ପ୍ରଥମେ ଅତିଥି ଙ୍କ ଦ୍ୱାରା ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପାମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଅଥିତି ମାନେ ୟୁନିଭେର୍ସିଟି ର ସମସ୍ତ କର୍ମଚାରୀ ଓ ପରିଚାଳନା କମିଟି ନିର୍ଦେଶକ ଙ୍କ ସୁପରିଚାଳନା ନିମନ୍ତେ ଆଜି ଏହି ୟୁନିଭେର୍ସିଟି ବହୁ ସୁନାମ ଅର୍ଜନ କରିପାରିଛି ବୋଲି ମତ ରଖୁଥିଲେ l ଉଭୟ ଫର୍ମାସୀ ଓ ନର୍ଷିଙ୍ଗ ଛାତ୍ର ଛାତ୍ରୀ ମାନେ ଅତି ଶୃଙ୍ଖଳା ସହିତ ଅଧ୍ୟାୟନ କରି କୃତକାର୍ଯ୍ୟ ହୋଇ ଏହି ଅନୁଷ୍ଠାନ ର ନାମ କୁ ଉଚ୍ଚା କରିବାରେ ସମର୍ଥ ହୋଇପାରିଛନ୍ତି ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କହିଥିଲେ l ବାର୍ଷିକ କ୍ରୀଡା ରେ କୃତ ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ସହିତ ଯେଉଁ ଛାତ୍ର ଛାତ୍ରୀ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ ସେମାନ ଙ୍କୁ ମଧ୍ୟ୍ୟ ପୁରସ୍କୃତ କରାଯାଇଥିଲା l ଦୀର୍ଘ 5 ବର୍ଷ ରୁ ଉର୍ଦ୍ଧ ଧରି ଯେଉଁ କର୍ମଚାରୀ ଏହି ଅନୁଷ୍ଠାନ ରେ କର୍ତ୍ତବ୍ୟରତ ସେମାନେ ମଧ୍ୟ୍ୟ ସଂମ୍ମାନିତ ହୋଇଥିଲେ l ଏହି ଅନୁଷ୍ଠାନ ର କର୍ତ୍ତବ୍ୟରତ ଲାଡୀ ଅଳିକା, ଦୀପଙ୍କର ରଥ, ହରଗୌରୀ ମିଶ୍ର, କମିନିସେଠି ଙ୍କୁ ନୂତନ ଭତ୍ସବେ ପି ଏଚ ଡି ଉପାଧି ରେ ସମ୍ମାନିତ କରାଯାଥିଲା l ସମସ୍ତ ଅତିଥି ଙ୍କୁ ଅନୁଷ୍ଠାନ ପକ୍ଷରୁ ଏକ ସ୍ମୃତି ଫଳକ ଦେଇ ନିର୍ଦେଶକ ରାଜେଶ ପାଢ଼ୀ ସମ୍ମାନିତ କରିଥିବା ବେଳେ ଅତିଥି ବୃନ୍ଦ ରାଜେଶ ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ପରିଶେଷ ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଙ୍କ ଆନ୍ତରିକ ସହଯୋଗ ପାଇଁ ଆଜି ଏହି ଅନୁଷ୍ଠାନ ଆଗେଇଚାଲିଛି ଓ ଆଜିର କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିଚାଳିତ ହୋଇପାରିଛି ବୋଲି ପାଢ଼ୀ ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ l ହରଗୌରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *