ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣିତ ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି I ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖା ଯାଇଛି I • ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ IMFL OFF shop / CL shop /OS shop ଖୋଲାଯିବା ନାହିଁ । • ଗ୍ରାମାଞ୍ଚଳ ରେ କେବଳ 3-star ଏବଂ ତଦୁର୍ଦ୍ଧ category ର ହୋଟେଲ ବ୍ୟତୀତ କୌଣସି ନୂଆ ON shop ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ ।• ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ON Shop ର ପୁନଃ ନବୀକରଣ କରାଯିବନାହିଁ । • ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factor ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । • Bar ଗୁଡିକ କେବଳ ସଙ୍ଗୀତ ପରିବେଷଣ ର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣ (Bar Dance)କୁ ଅନୁମତି ଦିଆଯିବ ନାହିଁ। • ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।. ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I
Related Posts

ରାଇକିଆ ବିଜେପି ମଣ୍ଡଳ ସଭାପତି ହେଲେ ଶ୍ରୀ ସନ୍ତୋଷ କୁମାର ପାତ୍ର
ରାଇକିଆ ବିଜେପି ମଣ୍ଡଳ ସଭାପତି ହେଲେ ଶ୍ରୀ ସନ୍ତୋଷ କୁମାର ପାତ୍ର…. ରାଇକିଆ : (ରିପୋର୍ଟ କୁନା ଦିଗାଲ ) ତା -୦୬/0୧/୨୦୨୫-ରାଇକିଆ ବ୍ଲକର ନୂତନ ବିଜେପି…

ଟିକାବାଲିର ଗେଲ୍ଲା ପୁଅ,ଅମ୍ଲାନ ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତର ଖାନାରୁ ଅପହରଣ.
ଟିକାବାଲିର ଗେଲ୍ଲା ପୁଅ,ଅମ୍ଲାନ ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତର ଖାନାରୁ ଅପହରଣ………………………………………. କନ୍ଧମାଳ :- (କନ୍ଧମାଳ ଜିଲ୍ଲାରୁ କୁନା ଦିଗାଲଙ୍କ ରିପୋର୍ଟ ) : ଟିକାବାଲି ବ୍ଲକ…

କନ୍ଧମାଳ ମଇଦାନରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ କଂଗ୍ରେସ ପାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର…
କନ୍ଧମାଳ ମଇଦାନରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ କଂଗ୍ରେସ ପାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର… କନ୍ଧମାଳ /ଫୁଲବାଣୀ – (କୁନା ଦିଗାଲଙ୍କ ରିପୋର୍ଟ ):-କନ୍ଧମାଳ ଜିଲ୍ଲା…