ହଳଦିଆ ପଦର ଆକ୍ରମଣ ଘଟଣାରେ ୩ ଗିରଫ, ଖଣ୍ଡା ଓ ମୋଟରସାଇକେଲ ଜବତ।

ହଳଦିଆ ପଦର ଆକ୍ରମଣ ଘଟଣାରେ ୩ ଗିରଫ, ଖଣ୍ଡା ଓ ମୋଟରସାଇକେଲ ଜବତ।

ଗଞ୍ଜାମ:ଗତ ୭ ତାରିଖ ସନ୍ଧ୍ୟା ରେ ଗୋଳନ୍ଥରା ଥାନା ଅର୍ନ୍ତଗତ ହଳଦିଆ ପଦର ଠାରେ ଘଟିଯାଇଥିବା ମାରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଛାନବିନ୍ କରି ୩ ଅଭିଯୁକ୍ତ ଯଥା ସୁବାଷ ଦାସ୍, ସଦାନନ୍ଦ ଦାସ ଓ ଆଶିଷ ଦଳେଇ କୁ କେଶପୁର ଟୋଲ୍ ଗେଟ୍ ନିକଟରୁ କାବୁ କରି ବିଭିନ୍ନ ଅପରାଧୀକ ମାମଲା ରେ ଗିରଫ କରିଛନ୍ତି। ଏତଦବ୍ୟତୀତ ଉକ୍ତ ଅଭିଯୁକ୍ତ ଙ୍କ ନିକଟରୁ ଦୁଇଟି ଖଣ୍ଡା ଓ ଦୁଇଟି ମୋଟରସାଇକେଲ ଜବତ କରିଛନ୍ତି। ଏଥି ସହିତ ଉକ୍ତ ମାମଲାରେ ପରୋକ୍ଷ ଭାବେ ଜଡ଼ିତ ସନ୍ଦେହରେ ତିନି ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନା ରେ ରଖି ପଚରାଉଚରା କରୁଛନ୍ତିି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *